ସାମାଜିକ ଗଣମାଧ୍ୟମ ରେ ସୁଜିତଙ୍କର ଆତ୍ମହତ୍ୟାର ଦୃଶ୍ୟ ଏବେ ମୋବାଇଲ ରୁ ମୋବାଇଲ ବୁଲୁଚି

ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବନ୍ତୁଳିଗ୍ରାମ ର ଲଷ୍ମୀନାରାୟଣ ସିହ୍ନl ଙ୍କ ବଡ଼ ପୁଅ ସୁଜିତ ସିହ୍ନା ବୟସ 50 ବର୍ଷ ସିଏ ନାଗପୁର ବଜାରରେ ଏକ ଔଷଧ ଦୋକାନ କରିଥିଲେ l କିନ୍ତୁ ଗୁରୁବାର ରାତିରେ ସୁଜିତ ଙ୍କ ର ସାମାଜିକ ଗଣମାଧ୍ୟମ ରେ ଥିବା ବନ୍ଧୁମାନେ ସୂଚିତ କରିଥିଲେ ଯେ ଆଜ୍ଞା ଆପଣଙ୍କ ପୁଅ ର କିଛି ଅଘଟଣ ହୋଇପାରେ ବୋଲି l ତୁରନ୍ତ ପରିବାର ଲୋକମାନେ ନାଗପୁର ଠାରେ ଥିବା ପୁଅର ଔଷଧ ଦୋକାନ କୁ ଆସିଦେଖିଥିଲେ ଯେ ପୁଅ ଚିନ୍ତାଗ୍ରସ୍ତ ଓ ନିଶାଗ୍ରତ ଅବସ୍ଥାରେ ଥିବା ଦେଖି ଗୋପ ପୋଲିସ କୁ ସୂଚିତ କରିଥିଲେ l କିଛି ସମୟ ବ୍ୟବଧାନ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା l ପରିବା ଲୋକଙ୍କୁ ଠାରୁ ପୋଲିସ ସମସ୍ତ ଘଟଣା ସମ୍ପର୍କ ରେ ବୁଝିଥିଲା ଯେ ପରିବାର କଳହ ଯୋଗୁ ଚିନ୍ତାଗ୍ରସ୍ତ ସହିତ ନିଶଗ୍ରସ୍ତ ଥିବାର ଅନୁମାନ କରିଥିଲେ l ପରବର୍ତ୍ତୀ ସମୟରେ ଏମିତି ଏକ ଅଘଟଣ ଘଟିଯିବ କାହାକୁ ଜଣା ନଥିଲେ l 13 ତାରିଖ ସକାଳୁ ଶୁଣିବାକୁ ମିଳିଲା ଯେ ସୁଜିତ ନିଜ ଔଷଧ ଦୋକାନ ଭିତରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ମୃତ୍ୟୁବରଣ ର ଭୟଙ୍କର ଦୃଶ୍ୟସବୁ କଏଦ ହୋଇଛି l ଯେଉଁଟା ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛୁ l ଘଟଣା ସମ୍ପର୍କ ରେ ଗୋପ ପୋଲିସ ଜାଣିବାକୁ ପାଇଲା ଯେ ସୁଜିତ ଆତ୍ମହତ୍ୟା କରିଛି ବୋଲି l ଏହି ଅଭାବନୀୟ ଘଟଣା ଘଟିଲା ପରେ ନାଗପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ରୁ ପ୍ରକାଶ ଗତ କାଲି ଗୁରୁବାର ମଧ୍ୟ ରାତ୍ରୀ ରେ ସୁଜିତ ନିଜ ଔଷଧ ଦୋକାନ ରେ ଏକ ସିଲିଂ ଫ୍ୟାନ ସାହାଯ୍ୟରେ ଏକ ପ୍ଲାଷ୍ଟିକ ରସି ବେକରେ ଲଗାଇ ଆତ୍ମହତ୍ୟା କରୁଥିବାର ଦୃଶ୍ୟ ସମସ୍ତି ଙ୍କୁ ବିଚଳିତ କରିଛି l 13 ତାରିଖ ସକାଳୁ ଗୋପ ଥାନାର ଭାରପ୍ରାପ୍ତ ଅଧିକାରୀ ମହେଶ୍ୱର ସେଠି କୌଣସି ସୂତ୍ର ରୁ ଖବର ପାଇଁ ଏକ ଟିମ ନେଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ l ତାପରେ ଦୋକାନ ଘର ର କବାଟ ଭାଙ୍ଗି ସୁଜିତ ର ମୃତ ଶରୀର କୁ ଫ୍ୟାନ ରୁ ଖୋଲି ତାକୁ ଉଦ୍ଧାର କରିଥିଲେ l ପରବର୍ତ୍ତୀ ସମୟରେ ଗୋପ ପୋଲିସ ଏକ ଅପମୃତ ମାମଲା ୠଜୁକରିଛି l ତାର କେସ ନମ୍ବର ହେଲା 33 / 2023 ରେ ଏକ ଅପମୃତ କେସ କରି ଶବକୁ ନିକଟସ୍ତ ଚାରିଛକ ଠାରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସବ ବ୍ୟବଛେଦ ପାଇଁ ପଠାଇଛି l କାହିଁକି ଓ କେଉଁଥିପାଇଁ ସୁଜିତ ଆତ୍ମହତ୍ୟା କଲେ ତାହା ବର୍ତମାନ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଅନୁସନ୍ଧାନ ଜାରି ରଖିଛି l

Leave a Reply

Your email address will not be published. Required fields are marked *