ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକୁ ଫୁ, ବନ୍ଦ ହଉନି ଅର୍ଥ ଆଦାୟ

କୋରାପୁଟ : କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକୁ ସୁଲଭ ଶୌଚାଳୟ କର୍ମଚାରୀ ଗୋଟେ ଫୁ ରେ ଉଡାଇ ଦେଉଥୁବା ବେଳେ ଦୈନିକ ହଜାର ହଜାର ଯାତ୍ରୀ ଙ୍କୁ ଶୋଷଣ କରି ଅର୍ଥ ଆଦାୟ କରିଚାଲିଥିବା ଘଟଣା ସଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି , ଯାତ୍ରୀ ମାନଙ୍କ ସୁବିଧା ପାଇଁ କୋରାପୁଟ ବସଷ୍ଟାଣ୍ଡ ରେ ପୌର ପରିଷଦ ପକ୍ଷରୁ ଏକ ସୁଲଭ ଶୌଚାଳୟ ନିର୍ମାଣ କରାଯାଇଥିଲା , ଏହି ଶୌଚାଳୟ ପରିଚାଳନା ଦାଇତ୍ୱ ସୁଲଭ ସଂସ୍ତାକୁ ପ୍ରଦାନ କରାଯାଇଥିଲା ,ଏହି ସଂସ୍ଥା ଯାତ୍ରୀ ମାନଙ୍କଠାରୁ ୨ ଟଙ୍କା ରୁ ୫ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିବା ପାଇଁ ସେତେବେଳେ ଅନୁମତି ଦିଆଯାଇଥିଲା , କିନ୍ତୁପରବର୍ତୀ ସମୟରେ ଏହି ଅର୍ଥ ଆଦାୟ ବନ୍ଦ କରିବାକୁ କୁହାଯାଇ ଥିଲା, କୁନ୍ତୁ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ଦିନ ହେବ ଅର୍ଥ ଆଦାୟବନ୍ଦ ନକରି ପୂର୍ବ ଭଳି ଅର୍ଥ ଆଦାୟ ଚାଲୁ ରଖିଥିବାରୁ ଏସମ୍ପର୍କରେ ନିର୍ବାହୀ ଅଧିକାରୀ ସ୍ୱସ୍ଟିକ ଜମାଦାର ନିଜେ ସୁଲଭ ଶୌଚାଳୟ ର କର୍ମଚାରୀ କୁ ଅର୍ଥ ଆଦାୟ ନକରିବା ପାଇଁ ତାଗିଦକରୀ ଥିଲେ ମଧ୍ୟ ସମ୍ପୃକ୍ତ କର୍ମ ଚାରି ଜଣଙ୍କ ନିର୍ବାହୀ ଅଧିକାରୀ ଙ୍କ କଥାକୁ ହେୟ ମନେକରି ବର୍ଷଧିକ କାଳ ଦୈନିକ ହଜାର ହଜାର ଯାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରିଚାଲିଛି , ଏମିତିକି ପାସ ଯାଉଥିବା ବ୍ୟକ୍ତିଙ୍କ ଠାରୁ ୫ ରୁ ୧0 ଟଙ୍କା , ଦୁଇ ଯାଉଥିବା ବ୍ୟକ୍ତିଙ୍କ ଠାରୁ ୧0 ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି କେହି ପ୍ରତିବାଦ କଲେ ତାଙ୍କ ସହିତ ଝଗଡା କରୁଥିବା ଅଭିଯୋଗ ହେଉଛି , ସମ୍ପୃକ୍ତ କର୍ମ ଚାରି ଦୈନିକ ହଜାର ହଜାର ଟଙ୍କା ଯାହାସ୍ୱାର୍ଥ ପାଇଁ ଆଦାୟ କରି ଚାଲିଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉନାହିଁ ,ଏଣୁ ତୁରଙ୍କ ସମ୍ପୃକ୍ତ କର୍ମ ଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଶୌଚାଳୟ ସାମନାରେ ନିଃଶୁଳ୍କ ବ୍ୟବହାର ସମ୍ପର୍ଯରେ ବୋର୍ଡ ମାରିବା ପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *