ଓଡ଼ିଶା ଆର୍ଟସ ତରଫରୁ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର

ଓଡ଼ିଶା ଆର୍ଟସ ତରଫରୁ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ବ୍ରହ୍ମପୁର ୨୬/୫ ଚତୁର୍ଭୁଜ ଧର୍ମଶାଳା ପରିସରରେ ଓଡ଼ିଶା ଆର୍ଟସ ତରଫରୁ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏଠାରେ ଶିଶୁମାନଙ୍କୁ ନୃତ୍ୟ, ଚିତ୍ର, ଯୋଗାଭ୍ୟାସ, କରାଟେ ସହ ଅନ୍ୟାନ୍ୟ ତାଲିମ ଗୁରୁମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଦିବସରେ ତାଲିମ ନେଇଥିବା ଛାତ୍ରଛାତ୍ରୀମାନେ ନିଜର କଳା ପ୍ରଦର୍ଶନ କରିବା ସହ ସମସ୍ତଙ୍କୁ ପୁରସ୍କୃତ କରାଯାଇଥିଲା। ନିର୍ଦେଶିକା ପ୍ରଣିତା ହୋତା ଓ ରବୀନ୍ଦ୍ର ବିଶୋୟୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏପରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଅତିଥିରୂପେ ସଂଦୀପ ସରାଫ, ପୁନମ୍ ସରାଫ, ସୁଦୀପ ସାହୁ, ପ୍ରଣବ ପଣ୍ଡା ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । କାହ୍ନୁ ରାଉତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବାବେଳେ ମଧୁସ୍ମିତା ଦାସ, କାଳିଆ, ଶ୍ରୀଧର ସାହୁ, ସରୋଜ ଦାସ, ଚିକି ମହାରଣା, ଡି.ଶିଳ୍ପା ପାତ୍ର, ଆୟୁଷ, ଶୁଭମ୍ ଓ ମନିଷା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ
ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *