ଗ୍ରୀଷ୍ମ କାଳୀନ ଭାରୋତ୍ତୋଳନ ଶିବିର ଅନୁଷ୍ଠିତ

ପୁରୀ, ୨୪/୪- ଗ୍ରୀଷ୍ମ କାଳୀନ ଭାରୋତ୍ତୋଳନ ଶିବିର ଆଜି ଠାରୁ ଦିଗବାରେଣୀ ସ୍ଥିତ ଓଡିଶା ଜାତୀୟ ବ୍ୟାୟାମ କ୍ରୀଡା ପରିଷଦ ଠାରେ ଆୟୋଜିତ ହୋଇଛି।ଏହି ଶିବିର ମଇ ମାସ ୮ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୪.୩୦ରୁ ୬.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବା ସହ କ୍ରୀଡା ଶୃଙ୍ଖଳା ଓ ଭାଇଚାରା ର ଶିକ୍ଷା ଦେଇଥାଏ ବୋଲି କହିଥିଲେ।ବର୍ତ୍ତମାନ ଶିକ୍ଷାନୁଷ୍ଠାନ ଛୁଟି ଥିବାରୁ ପିଲା ମାନେ ଅଯଥାରେ ସମୟ ନଷ୍ଟ ନ କରି ଯଥା ସମ୍ଭବ ନିଜକୁ କୌଣସି ନା କୌଣସି ସୃଜନାତ୍ମକ କଳାରେ ସଂଶ୍ଳିଷ୍ଟ କରିବାକୁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କ୍ରୀଡା ଶାରୀରିକ ଓ ମାନସିକ ସନ୍ତୁଳନ ରଖିବାରେ ସହାୟକ ହେବା ସହ ଆତ୍ମବିଶ୍ବାସ ବୃଦ୍ଧି କରିଥାଏ ବୋଲି କହିଥିଲେ। ପରିଷଦର ସଂପାଦକ ସତ୍ୟ ନାରାୟଣ ମହାନ୍ତି ଶିବିରର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ରାଜ୍ୟର ୧୨ ଟି ଜିଲ୍ଲାର ୧୫ ଟି ସ୍ଥାନରେ ଏହି ଭଳି ଗ୍ରୀଷ୍ମ କାଳୀନ ଶିବିର କ୍ରୀଡା ବିଭାଗ ଆୟୋଜନ କରିଛି। ପୁରୀ ଶିବିରରେ ୧୦ ରୁ ୧୫ ବର୍ଷ ବୟସର ଶତାଧିକ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।ପ୍ରଶିକ୍ଷକ ହରେକୃଷ୍ଣ ସିଂହାରୀ ଓ ସୌମ୍ୟ ରଞ୍ଜନ ଖୁଣ୍ଟିଆ କ୍ରୀଡା ପ୍ରଶିକ୍ଷଣ ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ଆଗ୍ରହୀ ବିଦ୍ୟାର୍ଥୀ ମାନେ ନାମ ପଞ୍ଜିକରଣ ପାଇଁ କ୍ରୀଡା ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *