ରିଲାୟାନ୍ସ ଫାଉଣ୍ଡେସନ ପକ୍ଷରୁ ମାସ୍କ ଯୋଗାଣ।

ଭଦ୍ରକ, ୨୨/୭ – କୋଭିଡ ମହାମାରୀକୁ ପ୍ରତିରୋଧ କରିବା ପାଇଁ ସର୍ବାଧିକ ଆବଶ୍ୟକ ଉପକରଣ ଭାବେ ପରିଚିତ ମାସ୍କ ଯୋଗାଣ କରିଛି ରିଲିୟାନ୍ସ ଫାଉଣ୍ଡେସନ । ସ୍ୱଚ୍ଛଭାରତ ମିଶନରେ କାର୍ଯ୍ୟରତ ମୋଟିଭେଟରମାନଙ୍କ ବ୍ଳକ ସଂଘ ସଭାପତି କାହ୍ନୁଚରଣ ମହାନ୍ତିଙ୍କ ମାଧ୍ୟମରେ ସଂପୃକ୍ତ ଫାଉଣ୍ଡେସନ ପକ୍ଷରୁ ଉଚ୍ଚମାନର ମାସ୍କ ପଠାଯାଇ ବ୍ଲକର ୨୩ଟି ଯାକ ପଞ୍ଚାୟତରେ ବିତରଣ ପାଇଁ ଅନୁରୋଧ କରାଯାଇଛି । ଶ୍ରୀ ମହାନ୍ତି ଏହି ମାସ୍କଗୁଡିକୁ ମୋଟିଭେଟରଙ୍କ ଯୋଗେ ଘରେ ଘରେ ପହଞ୍ଚାଇବା କାର୍ଯ୍ୟକରୁଥିବା ସୂଚନା ଦେଇଛନ୍ତି । କରୋନା ଲଢେଇରେ ସହଯୋଗ କରିଥିବାରୁ ରିଲିୟାନ୍ସ ଫାଉଣ୍ଡେସନକୁ ଶ୍ରୀ ମହାନ୍ତି ଧନ୍ୟବାଦ ଦେଇଛନ୍ତି ।