କାଶ୍ମୀର ର ସନ୍ଦିଗ୍ଧ ଅପରାଧୀ ଧର୍ମଶାଳା ଥାନା ନେଉଳପୁର ରୁ ଗିରଫ

-କାଶ୍ମୀର ଆତଙ୍କବାଦୀ ଭାବେ ଏସ ଟି ଏଫ୍ ଦ୍ବାରା ସାୟଦ ଇଶାନ ବୁଖାରି ଗିରଫ ହେବା ପରେ ସାମ୍ନା କୁ ଆସିଲା ତାଙ୍କ ଭଡ଼ା ଘର। ଧର୍ମଶାଳା ଥାନା ନେଉଳପୁର ନିକଟ ମିଲତ ନଗର ରେ ଏହି ଯୁବକ ଜଣେ ସ୍ଥାନୀୟ ଯୁବତୀ ଙ୍କୁ ପ୍ରେମ ବିବାହ କରି ଦୀର୍ଘ 7 ବର୍ଷ ହେବରହି ଆସୁଥିଲେ। ସୂଚନା ଥାଉକି ୨୦୧୭ ମସିହାରୁ ସାୟଦ ଇଶାନ ବୁଖାରି ଫେସ୍ ବୁକ୍ ରୁ ଭଲ ପାଇ ବିବାହ କରିଥିଲେ ନେଉଳପୁର ର ଜୈନିକ ଯୁବତୀ ଙ୍କୁ ପ୍ରଥମେ ତାଙ୍କ ଭିତରେ ପ୍ରେମ ଏବଂ ପରେ ବିବାହ ହୋଇଥିଲା ତାଙ୍କର ଏକ ୫ବର୍ଷ ର ଝିଅ ମଧ୍ୟ ଅଛି ୨୦୧୯ ମସିହାରେ ପୋଲିସ୍ ନଜର କୁ ଆସିଥିଲା ବୁଖାରି ପରେ ସେଠାରୁ ଖସି ଯାଇଥିଲା ପୋଲିସ ପଚରା ଉଚରା କରି ଛାଡ଼ି ଦେଇଥିବା ସୂଚନା ମିଳିଛି , ସେ ନିଜକୁ ଫିଯିଓଥେରାପି ଡାକ୍ତର ବୋଲି ଏଠାକାର ଲୋକଙ୍କୁ କୁହନ୍ତି। ତାଙ୍କ ସ୍ତ୍ରୀ ଚଣ୍ଡିଖୋଲ ର ଏକ ଘରୋଇ ସ୍କୁଲ୍ ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ ରତ ଯାହା ଆମକୁ ସୂଚନା ମିଳିଛି ବହୁଦିନ ହେବ STF ର ନଜର ଥିଲା ବୁଖରିଙ୍କ ଉପରେ ଯାହା ଫଳରେ ମୌକା ଦେଖି ବୁଖରି ରହୁଥିବା ଭଡ଼ା ଘରୁ ଉଥେଇନେଲା STFତେବେ ସେ ଏଠାରେ କଣ ପାଇଁ ଥିଲେ ତାଙ୍କର ଉଦ୍ଦେଶ୍ୟ କଣ ଥିଲା ଏହାକୁ ନେଇ ଚିନ୍ତା ରେ ସ୍ଥାନୀୟ ବାସିନ୍ଦା।ବର୍ତମାନ ତାଙ୍କର ପତ୍ନୀ ଓ ପାଞ୍ଚ ବର୍ଷ ର ଝିଅ ଏହି ମିଲତ ନଗର ରେ ରହୁଥିବା ଜଣା ପଡିଛି। ତେବେ ସେ ଅନେକ ଲୋକଙ୍କୁ ନିଜକୁ ଜଣେ ଆର୍ମି ଡାକ୍ତର ବୋଲି ମଧ୍ୟ ବିଭିନ୍ନ ସମୟରେ ପରିଚୟ ଦେଇଥିବା ଲୋକେ କହିଛନ୍ତି। ତେବେ ସେ ଯେବେ ବି ଏଠାକୁ ଆସିଥିଲେ କାହା ସହ ମିଳା ମିଶା କରୁ ନଥିଲେ। ତେବେ ଧର୍ମଶାଳା ପୋଲିସ କିଛି ସୁରାଗ ପାଇ ନଥିଲା। ବର୍ତମାନ ଏହି ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ଲୋକେ ଭୟବିତ ଅବସ୍ଥାରେ ଥିବା ଜଣା ପଡିଛି।ଚଣ୍ଡିଖୋଲ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣା ପଡ଼ିଛି।

ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *