ନିରୁଦିଷ୍ଟ ଯୁବକର ସନ୍ଧେହ ଜନକ ମୃତ ଦେହ ଉଦ୍ଧାର

ବିଜୟସେନଙ୍କ ପୁଅ ଜିତେନ୍ଦ୍ର କୁମାର ସେନ ବୟସ-୩୩, ଗ୍ରାମ ଉଚ୍ଚପଦା,ପୋଷ୍ଟ-ଅସୁରାଳି,ଥାନା-ଧୁଷୁରୀ, ଜିଲ୍ଲା-ଭଦ୍ରକ, ଗତ ତା-୦୬/୦୭/୨୦୨୧ ରିଖ (ମଙ୍ଗଳବାର) ଠାରୁ ନିରୁଧିଷ୍ଟ ଆଜି ଗଢିଆଳି ପଞ୍ଚାୟତ ଉଚ୍ଚପଦା ଗ୍ରାମ କାକୁଡିଗଢିଆ ଯିବା ରାସ୍ତାରେ ବିଲ ଭିତରେ ଏକ ବଣ ପାଖରେ ଉକ୍ତ ଯୁବକର ମୁଣ୍ଡ ବିହୀନ ଶରୀର ପଡିଥିବା ବେଳେ ୨୦୦ ମିଟର ଦୂରରେ ମୁଣ୍ଡ ପଡିଥିବା ଦେଖିବାକୁ ମିଳିଛି। ଧୁସୁରି ପୋଲିସଙ୍କ ସହ ସାଇଣ୍ଟିସ ପହଁଚି ତନା ଘନା ଜାରିରଖୀଛନ୍ତି । ଶବ ଚିହ୍ନିବା ଅବସ୍ଥାରେ ନଥିବା ବେଳେ ପାଖରୁ ମୋବାଇଲ ଓ କପଡାରୁ ଘର ଲୋକ ସ୍ପଷ୍ଟ କରିଛନ୍ତି। ତେବେ ଏହା ହତ୍ୟା ହୋଇଥିବା ସନ୍ଧେହ ପରିବାରଲୋକେ କହିଛନ୍ତି।