ରାୟଗଡା ଜିଲ୍ଲାରେ ଏକ ମାଇଲଖୁଣ୍ଟ ସ୍ଥାପନ କଲା ସ୍ୱାବଲମ୍ବୀ ଭାରତ ଅଭିଯାନ

ରାୟଗଡା– ସ୍ୱାବଲମ୍ବୀ ଭାରତ ଅଭିଯାନ ତରଫରୁ ରାୟଗଡା ନଗର ର ଡିଆଇସି ଛକ ନିକଟସ୍ଥ ଏଚପି ଗ୍ୟାସ ଏଜେନସି ର ବିପରୀତ ଦିଗରେ ଜିଲ୍ଲା ସ୍ୱରୋଜଗାର ସହାୟତା କେନ୍ଦ୍ର ର କାର୍ଯ୍ୟାଳୟ ଉଦଘାଟନ ହେଇଛି। ଶ୍ରୀ ବିଜୟ କୁମାର ମିଶ୍ର(ଜିଲ୍ଲା ସମନ୍ୱୟକ-ସ୍ୱାବଲମ୍ବୀ ଭାରତ ଅଭିଯାନ) ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହେଇଛି। ଶ୍ରୀ ଶ୍ୟାମ କୁମାର ଦାଶ (ଜିଲ୍ଲା ସହସମନ୍ୱୟକ-ସ୍ୱାବଲମ୍ବୀ ଭାରତ ଅଭିଯାନ) କହିଛନ୍ତି, ପ୍ରତିବର୍ଷ ଭାରତରେ 90ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ସ୍ନାତକ ହାସଲ କରୁଛନ୍ତି, ଏହା ନା କୌଣସି ସରକାର ନା ଶିଳ୍ପପତି କିମ୍ବା ବେସରକାରୀ କମ୍ପାନୀ ଙ୍କ ପାଇଁ ସମ୍ଭବ ହେବ ଜେ ପ୍ରତିବର୍ଷ 90ଲକ୍ଷ୍ୟ ପିଲାଙ୍କୁ ଚାକିରି ରେ ଥଇଥାନ କରିପାରିବେ ତେଣୁ ସ୍ୱାବଲମ୍ବନ ହିଁ ଏକ ମାଧ୍ୟମ ଜାହାଦ୍ୱାରା ଏହି ସମସ୍ୟାର ସମାଧାନ ହେଇପାରିବ।ଜ଼ିଲ୍ଲା ସ୍ୱରୋଜଗାର ସହାୟତା କେନ୍ଦ୍ର ଜିଲ୍ଲାରେ ଯୁବକ ଯୁବତୀ ମାନଙ୍କୁ ଜାଗୃତ କରିବ ସ୍ୱାବଲମ୍ବନ ହେବାପାଇଁ ତା ସହିତ ଜିଲ୍ଲା ସରକାରୀ କାର୍ଯ୍ୟାଳୟ ମାନଙ୍କ ସହ ଯୋଗାଯୋଗ ରଖି ସରକାରଙ୍କ ସ୍ୱାବଲମ୍ବନ ଯୋଜନା କିପରି କାର୍ଯ୍ୟକାରୀ ହେବ ତାହା ଉପରେ ଦୃଷ୍ଟି ରଖିବ।ରାୟଗଡା ଜିଲ୍ଲାରେ ଯିଏ ସ୍ୱାବଲମ୍ବନ ହେବାକୁ ଚାହୁଁଛନ୍ତି ସେମାନଙ୍କ ସହ ଆଲୋଚନା କରି ଯୋଜନାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜିଲ୍ଲା ସ୍ୱରୋଜଗାର କେନ୍ଦ୍ର ସହଯୋଗ କରିବ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ମାର୍ଗଦର୍ଶକ ରୂପେ କାମ କରିବ। ଶେଷରେ ଶ୍ରୀ ଆନନ୍ଦ ରାଓ (ଜିଲ୍ଲା ସହସମନ୍ୱୟକ-ସ୍ୱାବଲମ୍ବୀ ଭାରତ ଅଭିଯାନ) ସ୍ବଦେଶୀ ଭାବ ଜାଗୃତ ହେଲେ ସ୍ୱାବଲମ୍ବନକୁ ପ୍ରୋତ୍ସାହନ ମିଳିବ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା, ଶ୍ରୀ ଏମ ବିଦ୍ୟା ସାଗର, ଶ୍ରୀ ଅଜୟ କୁମାର ଚୁଲେଟ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *