ଖୋର୍ଦ୍ଧା ରୋଡ଼ ମଣ୍ଡଳ ପ୍ରବନ୍ଧକ ଶ୍ରୀ ହରବିନ୍ଦର ସିଂ ବଜୱାଙ୍କ ଦ୍ୱାରା “ସ୍ଵଚ୍ଛତା ପଖୱାଡା” ଅଭିୟାନ।
![](https://teerthkhetra.com/wp-content/uploads/2023/09/WhatsApp-Image-2023-09-27-at-10.19.17-AM-1024x461.jpeg)
ଭାରତୀୟ ରେଳର, ଖୋର୍ଦ୍ଧା ରୋଡ଼ ମଣ୍ଡଳ ୧୬ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ “ସ୍ଵଚ୍ଛତା ପଖୱାଡା” ଅଭିୟାନ ପାଳନ କରାଯାଉଛି। ରେଳ ଷ୍ଟେସନ୍, ରେଳ ପରିସର, ଟ୍ରେନ୍, ଅଫିସ୍, କ୍ୟାଣ୍ଟିନ, ଖାଦ୍ୟ ଷ୍ଟଲ୍ ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସ୍ୱଚ୍ଛତା ପଖୱାଡା ସ୍ୱଚ୍ଛତା ଶପଥ ସହିତ ଆରମ୍ଭ ହୋଇଥିଲା ଏହି ସ୍ୱଚ୍ଛତା ପଖୱାଡା। ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ହରବିନ୍ଦର ସିଂ ବାଜୱା’, ସମସ୍ତ ଶାଖା ଅଧିକାରୀ, କର୍ମଚାରୀଙ୍କୁ, ନିଜକୁ ସ୍ୱଚ୍ଛ ରଖିବା ପାଇଁ ଆହ୍ବାନ ଦେଇଥିଲେ। ତହା ସହିତ ସାଧାରଣ ଜନତାଙ୍କୁ କିଭଳି ସ୍ୱଚ୍ଛତା ପ୍ରତି ଉତ୍ସାହିତ କରିବା ପାଇଁ କର୍ମକର୍ତ୍ତାଙ୍କୁ ସ୍ୱଚ୍ଛତା ଶପଥ ଗ୍ରହଣ କରାଇଥିଲେ। ମଣ୍ଡଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନର କର୍ମଚାରୀ ମାନେ ଯଥାକ୍ରମେ ସ୍ବଚ୍ଛତା ଶପଥ ନେଇଛନ୍ତି। ସଫେଇ କର୍ମଚାରୀ ଏବଂ ଯାତ୍ରୀ ସେବା ସହ ଜଡିତ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ପାଇଁ ବିଶେଷ କର୍ମଶାଳା ଏବଂ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସ୍ବଚ୍ଛତା, ଆବର୍ଜନା ପୃଥକୀକରଣ ଏବଂ ପ୍ଲାଷ୍ଟିକ୍ ର ଏକକ ବ୍ୟବହାରକୁ ବର୍ଜନ କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ସ୍ଵଚ୍ଛତା ରେଳଗାଡି ପାଳନ ସମୟରେ ରେଳମଣ୍ଡଳରେ ଥିବା ସମସ୍ତ ପ୍ରମୁଖ ରେଳ ଷ୍ଟେସନ୍ ର ରେଳଗାଡି ଗୁଡ଼ିକ, ରେଳ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ନିରୀକ୍ଷକଙ୍କ ଦ୍ୱାରା ତନ୍ନ ତନ୍ନ ଯାଞ୍ଚ କରାଯାଉଛି।ଶୌଚାଳୟର ପରିଚ୍ଛନ୍ନତା ସହିତ ସମସ୍ତ ରେଳଗାଡିକୁ ପରିଷ୍କାର ରଖିବା ନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ୟୁନିଫର୍ମ ଏବଂ ସମସ୍ତ ସୁରକ୍ଷା ଉପକରଣ ସହିତ ଅନବୋର୍ଡ ହାଉସ୍ କିପିଂ ଷ୍ଟାଫ୍ (ଓବିଏଚଏସ) କର୍ମଚାରୀଙ୍କ ଉପଲବ୍ଦତା ମଧ୍ୟ ଯାଞ୍ଚ କରାଯାଇଥିଲା। ରେଳରେ ଦିଆଯାଇଥିବା ସ୍ଵଚ୍ଛତା ସେବା ଉପରେ ଯାତ୍ରୀମାନଙ୍କ ଠାରୁ ମତାମତ ନିଆଯାଇଥିଲା।
ସ୍ବଚ୍ଛତା ପଖୱାଡା ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା, ଷ୍ଟେସନ, ଟ୍ରେନ୍, ଅଫିସ୍ କୋଠା, ରେଳ କଲୋନୀ ଇତ୍ୟାଦିରେ, ବିଭିନ୍ନ ପରିଷ୍କାର ପରିଚ୍ଛନ୍ନତା ତଥା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।