ସ୍ୱଚ୍ଛତା ପାଖୱାଡା ର ପଞ୍ଚମ ଦିନ ରେ ମୁରୁଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ୟାସନଗର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ପାଖୱାଡା ର ପଞ୍ଚମ ଦିନ ରେ ସ୍ୱଛ ଓଡିଶା ସୁସ୍ଥ ଓଡିଶା ସଚେତନତା ଓ ମୁରୁଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥିବା ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ସହର ବାସୀଙ୍କୁ ବାର୍ତ୍ତା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ସ୍ୱଚ୍ଛସାଥି କର୍ମଚାରୀ ମାନେ ସାମିଲ ହୋଇ ସହର ପରିକ୍ରମା କରିବା ସହିତ ସ୍ଵଛ ଓଡିଶା ଓ ସୁସ୍ଥ ଓଡିଶା ଗଠନ ପାଇଁ କିଭଳି ସହରକୁ ସ୍ୱଛତା ରଖିବ ସଚେତନତା କରିଛନ୍ତି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *