ସ୍ୱଚ୍ଚତା ହିଁ ସେବା ଶୋଭାଯାତ୍ରା ଅନୁଷ୍ଠିତ

ଆଜି ସୁନାବେଡା ପୌର ପରିଷଦ ଆନୁକୂଲ୍ୟରେ ସ୍ୱଚ୍ଚତା ହିଁ ସେବା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାକୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଘୁରାମ ପୋଡାଲ ଉଦଘାଟନ କରିଥିଲେ। ସେ କହିଥିଲିଯେ ଏହି ଶୋଭାଯାତ୍ରା ଦ୍ୱାରା ସ୍ୱଛତା ଅଭିଯାନ ସମ୍ପରେ ଜନସାଧାରଣ ସଚେତନ ହୋଇପାରିବେ। ନଗରପାଳ ଡ଼. ରାଜେନ୍ଦ୍ର କୁମାର ପାତ୍ର ସ୍ୱଚ୍ଛତାଉପରେ ସ୍କୁଲ ଏବଂ କଲେଜରୁ ଆସିଥିବା ପିଲା ମାନଙ୍କୁ ବୁଝାଇଥିଲେ. ନିର୍ବାହୀ ଅଧିକାରୀ ଶ୍ରୀ ନାରାୟଣ ନାୟକ ପରିବେଶ ଏବଂ ସହରର ଉନ୍ନତି ନିମନ୍ତେ ସ୍ଵଛତାକୁ ସେବା ଭାବି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଶୋଭାଯାତ୍ରାରେ ଶ୍ରୀ ଅରବିନ୍ଦ ସ୍କୁଲ, ସୁନାବେଡା ମହିଳା ମହାବିଦ୍ୟାଳୟ ଡିଗ୍ରୀ ର ଛାତ୍ର ଛାତ୍ରୀ, bov ଡ୍ରାଇଭର, mcc କର୍ମଚାରୀ, setp କର୍ମ ଚାରୀ, ସ୍ଵଚ୍ଚ ସାଥି ଏବଂ ସୁପରଭାଇଜର, ସମସ୍ତ ପାରିଷଦ ବୃନ୍ଦ, ସମସ୍ତ ପୌର କର୍ମଚାରୀ ଏବଂ ସାମ୍ବାଦିକ ବନ୍ଧୁ ମାନେ ଯୋଗଦେଇଥିଲେ। ଏହିଶୋଭାଯାତ୍ର ପରିଷଦ କାର୍ଯ୍ୟାଳୟ ରୁ ବାହାରି ମୁନିସିପାଲିଟି market, ପୋଲିସ କ୍ୟାମ୍ପ, aef ମାର୍କେଟ ହୋଇ ଗାନ୍ଧୀପାର୍କ ରେ ପହଞ୍ଚିଥିଲା । ଏଥିରେ 300ରୁ ଅଧିକ ଲୋକଙ୍କ ସମାଗମ ହୋଇଥଲେ. ଶେଷରେ ଉପସ୍ଥିତ ଜନସାଧାରଣ ଙ୍କୁ ଉପନଗରପାଳ ରିତୁ କଣ୍ଟା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ହାଡିବନ୍ଧୁ ରାହୁଲ ଏବଂ ଶ୍ରୀ ଲଷ୍ମୀଧର ମହାପାତ୍ର ପରିଚାଳନା କରିଥିଲେ।
