ସୋରଡ଼ା ରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

ମହାନ ପୁରୁଷ, ଯୁଗ ପ୍ରବର୍ତ୍ତକ, ବାଗ୍ମୀ ତଥା ସନାତନ ହିନ୍ଦୁ ଧର୍ମର ପ୍ରବକ୍ତା ସ୍ବାମୀ ବିବେକାନନ୍ଦଙ୍କ ୧୬୧ତମ ଜନ୍ମ ଜୟନ୍ତୀ ଚାରିଆଡେ ପାଳନ କରାଯାଉଥିବା ବେଳେ ସୋରଡାରେ ମଧ୍ୟ ପୁରାତନ ଅନୁଷ୍ଠାନ ବିବେକାନନ୍ଦ ଯୁବ ପରିଷଦ ତରଫରୁ ନିରାଡମ୍ବର ସହକାରେ ପାଳନ କରାଯାଇଛି। ଅନୁଷ୍ଠାନର ସଭାପତି ଲକ୍ଷ୍ମୀ ଚରଣ ପଣ୍ଡାଙ୍କ ନେତୃତ୍ବରେ ସ୍ଥାନୀୟ ଡି-ପଲ୍ ଇଂରାଜୀ ସ୍କୁଲ୍ ପରିସରରେ ବିଧି ପୂର୍ବକ ପାଳନ କରାଯାଇଛି। ପୂର୍ବାହ୍ନରେ ସ୍ଵାମୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜା ଅର୍ଚ୍ଚନା କରାଯାଇ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେ଼ଇ ନଗର ପରିକ୍ରମା କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀଗଣ ଛାତ୍ରଛାତ୍ରୀ ମାନଙ୍କୁ ଏହି ଚିରନମସ୍ୟ ମହାନ୍ ଆତ୍ମାଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିବା ସହ ତାହାଙ୍କ ଅନୁଗାମୀ ହେବାକୁ ସୁଚାଇଥିଲେ। ବିବେକାନନ୍ଦ ଯୁବ ପରିଷଦର ଅନ୍ୟ ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ କୁମାର ବେବର୍ତ୍ତା ପଟ୍ଟନାୟକ, ଶିବପ୍ରସାଦ ସୁଆର, ଲକ୍ଷ୍ମୀ ପଟ୍ଟନାୟକ, ଉମା ଚରଣ ମହାପାତ୍ର, ପୁରୁଷୋତ୍ତମ ସାହୁ ପ୍ରଭୃତି ଉପସ୍ଥିତ ଥିବା ବେଳେ ଡି-ପଲ୍ ସ୍କୁଲ୍ ର ଅଧ୍ୟକ୍ଷ ସୁଧୀର ପ୍ରଧାନ, ସଙ୍ଗୀତା ମହାରଣା, ମନୋରମା ସାହୁ, ବିଜୟଲକ୍ଷ୍ମୀ ପଣ୍ଡା, ସଜ୍ଞାଦେବୀ ଗୌଡ଼, ଭାରତୀ ପ୍ରିୟ ଗୌଡ଼, ବୈଶାଳୀନୀ ସେଠୀ, ସୁମନ ନାୟକ, ଶ୍ଵେତା ନାହକ, ମନିଷା ପ୍ରଧାନ, ସୌଭାଗ୍ୟବତୀ ବେହେରା ପ୍ରଭୃତି ଉପସ୍ଥିତ ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମ ସମ୍ପାଦନରେ ସହାୟତା କରିଥଲେ। ସେହିଭଳି ଅନୁରୂପ ଭାବେ ବିବକାନନ୍ଦ ଶିଶୁ ମନ୍ଦିର ପକ୍ଷରୁ ମଧ୍ୟ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି।ସୋରଡ଼ା ରୁ ନାରାୟଣ ଡାକୁଆ