ସ୍ଵର୍ଗଦ୍ଵାର ୱେବସାଇଟ ଲଞ୍ଚ : ତିନୋଟି ଭାଷାରେ ମିଳିବ ସୂଚନା

ପୁରୀ : ରବିବାର କାଳୀ ପୂଜା ଉପଲକ୍ଷେ ସ୍ଵର୍ଗଦ୍ଵାର ସେବା ସମିତି ପକ୍ଷରୁ ସ୍ଵର୍ଗଦ୍ଵାର ନୂତନ ୱେବସାଇଟ ସ୍ଵର୍ଗଦ୍ଵାର ଡ଼ଟ୍ କମ୍ (swargadwar.com)କୁ ଲୋକାର୍ପଣ କରାଯାଇଛି।ଏକ ନିରାଡ଼ମ୍ବର ପରିବେଶରେ ମଧ୍ୟରେ ସ୍ଵର୍ଗଦ୍ଵାର ପରିସରରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଓଡ଼ିଆ ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ଏହି ୱେବସାଇଟରେ ତଥ୍ୟ ଉପଲବ୍ଧ ରହିଥିବାବେଳେ,ଏହି ୱେବ୍ ସାଇଟ୍ ମାଧ୍ୟମରେ ସ୍ଵର୍ଗଦ୍ଵାର ଠାରେ ସଂସ୍କାର ସେବା ନେବାକୁ ଚାହୁଁ ଥିବା ବ୍ୟକ୍ତି ବିଶେଷ ମାନେ ଆବଶ୍ୟକୀୟ ତଥ୍ୟ ଅପଲୋଡ କରି ବିଭିନ୍ନ ସେବା ପାଇ ପାରିବେ।ବର୍ତମାନ ପରୀକ୍ଷା ମୂଳକ ଭାବର ଏହା ଲଞ୍ଚ କରାଯାଇଥିବା ବେଳେ ଆବଶ୍ୟକତା ଅନୁଯାୟୀ ଏଥିରେ ପରିବର୍ତନ କରାଯିବ । ଏଥି ସହିତ ଖୁବ୍ ଶୀଘ୍ର ସ୍ଵର୍ଗଦ୍ଵାର ଆପ ମଧ୍ୟ ପ୍ଲେ ଷ୍ଟୋଟର ମାଧ୍ୟମରେ ଉପଲବ୍ଧ ହେବ ବୋଲି ସ୍ୱର୍ଗଦ୍ୱାର ସେବାସମିତି ଆବାହକ ସମ୍ପାଦକ ଭବତାରଣ ସାହୁ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମକୁ ସ୍ଵର୍ଗଦ୍ଵାର ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ପରିଚାଳନା କରିଥିବା ବେଳେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିଜୟ ରାମାସନୁଜ ଦାସ ପ୍ରଭୃତି ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଵର୍ଗଦ୍ଵାର ସେବକ ମାନଙ୍କୁ ନୂତନ ପୋଷାକ ବିତରଣ ସହିତ ବାର୍ଷିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ସେବା ସମିତି ତରଫରୁ ଦୀନବନ୍ଧୁ ନାୟକ ,ସୁକାନ୍ତ ମୁଖି ଏବଂ ୱେବ୍ ଡିଜାଇନର ରାଜେଶ କୁମାର ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ
୪ଜଣ ସଂସ୍କାର ସେବକ ମାନଙ୍କୁ ପ୍ରତ୍ୟେକଙ୍କୁ ଦଶହଜାର ଟଙ୍କା ଲେଖାଏଁ ବିବାହ ଓ ମୃତ୍ୟୁ କାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।ସ୍ଵର୍ଗଦ୍ଵାର ମୁଖ୍ୟସେବକ ବ୍ରଜକିଶୋର ସାହୁ,କନିଷ୍ଠ ସେବକ ସନ୍ତୋଷ ଶେଖର ମହାନ୍ତି,ରାଜେନ୍ଦ୍ର କୁମାର ଦାସ,ବିଶ୍ଵନାଥ ହରିଚନ୍ଦନ ଓ ସୁମନ୍ତ କୁମାର ମିଶ୍ର ପ୍ରଭୃତି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *