ସ୍ୱାତିକ ସୋଲ୍ ଫାଉଣ୍ଡେସନ ଓ ଏକ୍ସ ଆଇ ଏମ୍ ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ପୁରୀ ବେଳାଭୂମି ସଫେଇ

ଜଟଣୀ ତା ୮-୦୩-୨୫ ଏକ୍ସ ଆଇ ଏମ୍ ବିଶ୍ଵବିଦ୍ୟାଳୟ , ଭୁବନେଶ୍ବର,ଜାତୀୟ ସେବା ଯୋଜନା ସଂସ୍ଥାର ୫୫ଜଣ ଉତ୍ସାହୀ ସ୍ବେଚ୍ଛାସେବୀ ଓ ସାତ୍ୱିକ ସୋଲ ଫାଉଣ୍ଡେସନର ମିଳିତ ସହଯୋଗରେ ପୁରୀ ବେଳାଭୂମି ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ବେଚ୍ଛାସେବୀମାନଙ୍କୁ ସୋଲାର ପ୍ଲଗର ମୁଖ୍ୟ ଶ୍ରୀ ସତ୍ୟବ୍ରତ ସାମଲ ଏବଂ ଜଙ୍ଗୋଲୋର୍ ଫାଉଣ୍ଡେସନର ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରଫେସର ଆକାଶ କୁମାର ରଥ ପରିବେଶ ସୁରକ୍ଷା ସମ୍ଵନ୍ଧରେ ପ୍ରେରଣା ଦେବାସହ ସାମୁଦ୍ରିକ ପ୍ରାଣୀଙ୍କ ସୁରକ୍ଷା ଉପରେ ବୁଝାଇଥିଲେ । ସ୍ବେଚ୍ଛାସେବୀମାନେ ଛଅଟି ଦଳରେ ବିଭକ୍ତ ହୋଇ ବେଳାଭୂମିରୁ ପ୍ଲାଷ୍ଟିକ ଅପଚୟ,ବର୍ଜ୍ୟବସ୍ତୁ,, ସିଗାରେଟ ଖୋଳ, ଛିଣ୍ଡା ଜରି ବ୍ୟାଗ୍ ଆଦି ଗୋଟାଇ ସଫା କରିଥିଲେ । ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ଓ ବେଳା ଭୂମିରେ ବୁଲୁଥିବା ଯାତ୍ରୀ ମାନଙ୍କୁ ସ୍ବଚ୍ଛତାପ୍ରତି ସଚେତନ କରାଇବା ପାଇଁ ସ୍ଵେଚ୍ଛାସେବୀମାନେ ବିଭିନ୍ନ ପ୍ରକାରର ପ୍ରାଚୀର ପତ୍ର ପ୍ରଦର୍ଶନ କରିବା ସହ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ । ବାଲୁକା କଳା ମାଧ୍ୟମରେ ବେଳାଭୂମି ସଫା ରଖି ସୁନ୍ଦର ପରିବେଶ ସୁରକ୍ଷାର ବାର୍ତ୍ତା ସ୍ଵେଚ୍ଛାସେବୀ ମାନେ ପ୍ରଚାର କରିଥିଲେ । ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ସିଦ୍ଧାର୍ଥ ମିଶ୍ର ଓ ସଂଯୋଜକ ପ୍ରଫେସର ଜ୍ୟୋତି ରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ସ୍ଵେଚ୍ଛାସେବୀମାନେ ବେଳାଭୂମି ସଫେଇ ଅଭିଯାନ ଶେଷ କରିଥିଲେ ।
ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।