ବାଲିମେଳା ଏନଏସି ରେ ସ୍ୱାୟତ ଶାସନ ଦିବସ ପାଳିତ

ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଆଜି ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳୁ ସକାଳୁ ସହର ର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ କାର୍ଯ୍ୟାଳୟ ରେ ଜାତୀୟ ପତାକା ନଗର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଉତ୍ତୋଳନ କରିଥିଲେ। ଏହି ସମୟରେ ଉପାଧ୍ୟକ୍ଷା ରଶ୍ମିତା ବାଙ୍କା, ଏନଏସି ର ସ୍ୱଚ୍ଛ ସାଥି ଏବଂ ସ୍ୱଚ୍ଛ କର୍ମୀ ମାନଙ୍କ ସମେତ ସମସ୍ତ କାଉନସିଲର ଏବଂ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ପରେ ଟାଉନ ହଲ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାଟି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଅଧ୍ୟକ୍ଷତା ରେ ଆୟୋଜନ ହୋଇଥିଲା। ସଭାର ପ୍ରାରମ୍ଭ ରେ ଦେହାନ୍ତ ହୋଇଯାଇଥିବା ପୂର୍ବତନ ୨ ନଗର ଅଧ୍ୟକ୍ଷା ଏବଂ ୧ ଅଧ୍ୟକ୍ଷ ଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା ହୋଇଥିଲା। ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଯୋଗ ଦେଇ ବାଲିମେଳା ନଗର ର ବିକାଶ ଦେଖି ଅତ୍ୟନ୍ତ ଖୁସି ହୋଇଥିବା ବେଳେ ଆଗାମୀ ଦିନରେ ବାଲିମେଳା ସହର ତାର ବିକାଶ ପାଇଁ ରାଜ୍ୟ ସ୍ତରରେ ମଧ୍ୟ ସୁନାମ ଅର୍ଜନ କରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଗ ଦେଇ ଜାଗା ମିଶନ ଜରିଆରେ ବସ୍ତି ବାସିନ୍ଦା ପାଇଥିବା ପଟ୍ଟା ହେତୁ ଗରିବ ଲୋକଟିଏ ଆବାସ ଯୋଜନା ରେ ପକ୍କା ଘର ନିର୍ମାଣ କରିବା ପାଇଁ ସକ୍ଷମ ହୋଇଥିବା କହିଥିଲେ। ଏଥିସହ ମହିଳା ସଶକ୍ତିକରଣ ନିମନ୍ତେ ବିଭିନ୍ନ ଏସଏଚଜି ଗ୍ରୁପ ଗୁଡ଼ିକୁ ମୁକ୍ତା ଯୋଜନା ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଇ ମହିଳା ମାଆ ମାନେ ସ୍ୱାବଲମ୍ବୀ ହୋଇଥିବା କହିଥିଲେ। ତତ ସହିତ ନଗର ଅଧ୍ୟକ୍ଷ ଶ୍ରୀ ନାୟକ ଓ ସମସ୍ତ କାଉନସିଲର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଦଳଗତ ନିର୍ବିଶେଷରେ ଅଂଚଳର ବିକାଶ ପାଇଁ ପରିଷଦ ବୃନ୍ଦ ଏକତ୍ରିତ ହୋଇ କାର୍ଯ୍ୟ କରିବା ଅନ୍ୟ ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିପାରିଥିବା କହିଥିଲେ। ଆଜି ଏହି ଅବସରରେ ୪୧ ଟି ଏସଏଚଜି ଗ୍ରୁପ କୁ ମୁକ୍ତା ଯୋଜନା ରେ ୧ କୋଟି ୩୭ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଅତିଥି ମାନେ ବଣ୍ଟନ କରିଥିଲେ। ରାତ୍ର ସମୟରେ ସ୍ଥାନୀୟ ଟାଉନ ହଲ ଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଅବସରରେ ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ର ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଏବଂ ତାଙ୍କ କର୍ମଚାରୀ ମାନେ ପରିଚାଳନା କରିଥିଲେ। ମାଲକାନଗିରି ରୁ ଚନ୍ଦ୍ରଶେଖର ମହାନ୍ତି ତୀର୍ଥକ୍ଷେତ୍ର ନ୍ୟୁଜ୍।

Leave a Reply

Your email address will not be published. Required fields are marked *