ବ୍ୟାସନଗର ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଆଜି ଗୁରୁବାର ଦିନ ୯ ଘଟିକା ସମୟରେ ବ୍ୟାସନଗର ପୌର ପରିଷଦର କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଅଧକ୍ଷା ସଂଗୀତା ପିଙ୍ଗୁଆ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ l ବ୍ୟାସନଗର ପୌର ପରିଷଦକୁ କିଭଳି ରାଜ୍ୟରେ ଏକ ନମ୍ବର କରାଯିବ, ଉପସ୍ଥିତ କାଉନସିଲ, କର୍ମଚାରୀ, ବୃଦ୍ଧିଜୀବି ଓ ସମ୍ବାଦିକ ମାନେ ଶପଥ ନେଇଥିଲେ l ଏହାପରେ ଦିନ ୧୦ ଘଟିକା ସମୟରେ ବ୍ୟାସନଗର ପୌର ପରିଷଦର ଅଧକ୍ଷା ସଂଗୀତା ପିଙ୍ଗୁଆଙ୍କ ଅଧକ୍ଷତାରେ ଆୟୋଜିତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ, ବରିଷ୍ଠ ସମ୍ବାଦିକ ହାରାଧନ ବାନାର୍ଜୀ, ବାବୁରାମ ଜେନା, ଉଦୟ ଖଣ୍ଡେଇ, ଚିନ୍ତାମଣି ପାଢ଼ୀ ଓ ହର୍ଷବର୍ଦ୍ଧନ ବେହେରା ଅତିଥିଭାବେ ଯୋଗଦେଇ ସହର ବିକାଶ ବିକାଶ କ୍ଷତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଉଚ୍ଚପ୍ରଶଂସା କରିଥିଲେ l ଏହି ଅବସରରେ ସହରର ବିକାଶକୁ ନେଇ ଦିନ ରାତି ଏକ କରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର
