ଜଗତସିଂହପୁର ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଜଗତସିଂହପୁର ପୌର ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୋୖରାଧକ୍ଷ। ଅର୍ଚ୍ଚନା ସିଂ, ପୋୖର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ ପ୍ରମୁଖ ଯୋଗ ଦେଇ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପତାକା ଉତ୍ତୋଳନ କରିବା ସହିତ ବିଭିନ୍ନ ୱାର୍ଡ ରେ ଉନ୍ନୟନ ମୂଳକ କାର୍ଯ୍ୟ ର ଉଦଘାଟନ କରିଥିଲେ । ପୋୖରାଞ୍ଚଳରେ ମୋ ଶୌଚାଳୟ, ଓପନ ଯିମ, ବିଜୁ ଆଦର୍ଶ କଲୋନୀ, ମିଶନ ଶକ୍ତି ଗୃହ, ପାନୀୟ ଜଳ ପ୍ରକଳ୍ପ ଓ ଉଜ୍ୱଳ ଆଲୋକୀକରଣ ର ଉଦଘାଟନ କରାଯାଇଥିଲା । ସ୍ୱାୟତ ଶାସନ ଦିବସ ଅବସରରେ ଅପରାହ୍ନରେ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱାୟତ ଶାସନ ଦିବସ ସମାରୋହ କାର୍ଯ୍ୟକ୍ରମରେ ଅତିଥି ଭାବେ ଖାଉଟି କଲ୍ୟାଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ,ପୌର ନିର୍ବାହୀ ଅଧିକାରୀ ଡକ୍ଟର ଅଶୋକ କୁମାର କର୍ଣ୍ଣ ପ୍ରମୁଖ ଯୋଗ ଦେଇ ପୌରାଞ୍ଚଳର ବିକାଶ ଉପରେ ବକ୍ତବ୍ୟ ରଖିବା ସହିତ ଜଗତସିଂହପୁର ପୌରାଞ୍ଚଳ ସାରା ରାଜ୍ୟରେ ଏକ ମଡେଲ ପୌରାଞ୍ଚଳ ଭାବରେ ଗଢି ତୋଳିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ଜଗତସିଂହପୁର ରୁ ରୀତା ସାହୁଙ୍କ ରିପୋର୍ଟ
