ଟ୍ରାନସ୍ ଜେଣ୍ଡରଙ୍କ ଥଇଥାନ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରୟାସ : କୌଶଳ ବିକାଶ ଓ ତାଲିମକେନ୍ଦ୍ର ଉଦଘାଟିତ

ପୁରୀ _ ପୁରୀ ଜିଲ୍ଲାରେ ଥିବା ଟ୍ରାନସ୍ ଜେଣ୍ଡର ମାନଙ୍କ ଥଇଥାନ କରି ତାଙ୍କୁ ସମାଜର ମୁଖ୍ୟ ସ୍ରୋତ କୁ ଫେରାଇ ଆଣିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ପ୍ରୟାସ ଆରମ୍ଭ କରାଯାଇଛି। ଏହି କ୍ରମରେ ସୋମୋବାର ସର୍ବୋଦୟ ନଗର ମୁନିସିପାଲିଟି କୋଠାରେ ଟ୍ରାନସ ଜେଣ୍ଡର ମାନଙ୍କ ପାଇଁ ଏକ ତାଲିମ କେନ୍ଦ୍ର ଉଦଘାଟିତ ହେଇଚି। ଏହି ତାଲିମ କେନ୍ଦ୍ରକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ୍ତ କୁମାର ସାହୁ ଟ୍ରାନସ୍ ଜେଣ୍ଡର୍ ମାନେ ଯେପରି ସାମାଜିକ ଅବହେଳାର ଶିକାର ନ ହେବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଇ ପାରିବେ ସେ ଦିଗରେ ଏହି ଟ୍ରେନିଂ ସେଣ୍ଟର ଉପୋଯୋଗୀ ହେବ ବୋଲି କହି ଥିଲେ । ଅନ୍ୟତମ୍ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ଏହି କାର୍ଯ୍ୟକ୍ରମ ରାଜ୍ୟ ଭିନ୍ନକ୍ଷମ ସଶକ୍ତି କରଣ ଓ ସାମାଜିକ ସୁରକ୍ଷା ବିଭାଗ “ସ୍ୱିକୃତି” ଯୋଜନା ମାଧ୍ୟମରେ ଆର୍ଥିକ ଅନୁଦାନ ପ୍ରାପ୍ତ ଅଟେ ଏବଂ ଏହି ପ୍ରୋଜେକ୍ଟ ମାଧ୍ୟମରେ ପୁରୀ ଜିଲ୍ଲାର ଟ୍ରାନସ୍ ଜେଣ୍ଡର ମାନଙ୍କୁ ବିଭିନ୍ନ ପ୍ରକାର ଧନ୍ଦାମୂଳକ ପ୍ରଶିକ୍ଷଣ ଦେବା ସହିତ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ ଆରମ୍ଭ କରାଯିବ ବୋଲି କହିଥିଲେ।ସେହି ପରି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ପରାମର୍ଶ ଦାତା ସିଦ୍ଧାର୍ଥ ରାୟ ପୁରୀରେ ଓଡ଼ିଶାର ପ୍ରଥମ ଟ୍ରାନସ ଜେଣ୍ଡର ଆଶ୍ରୟ ଗ୍ରୁହ (transgender shelter home)ଖୋଲାଯିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରୟାସ ଆରମ୍ଭ କରାଯାଇଛି ବୋଲି କହିଥିଲେ । ଯାହା ଫଳରେ ପୁରୀ ସହରକୁ ଚାଲିଆସୁଥିବା ଟ୍ରାନସ୍ ଜେଣ୍ଡର ମାନଙ୍କୁ ଥଇଥାନ କରିବାରେ ସୁବିଧା ହେବ ବୋଲି କହିଥିଲେ। ଏହି ଅବସରରେ ଦେବଦାସୀ ଟ୍ରାନସ ସୋୟଂସହାୟକ ଗୋଷ୍ଠୀ ଓ ଶ୍ରୀକ୍ଷେତ୍ର ଟ୍ରାନସ୍ ସୋୟଂସହାୟକ ଗୋଷ୍ଠୀ କୁ ୫୦ ହଜାର ଟଙ୍କା ଲେଖାଏଁ ସର୍ବମୋଟ ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଅପରାହ୍ନ ରେ ପୁରୀ ଜିଲ୍ଲା କିନ୍ନର ସଂଘର ପ୍ରୀୟାନ୍ସି ଦାସ ,ସନ୍ତୋଷ କୁମାର ଜେନା ଓ ଦେବକି କିନ୍ନର ସହିତ ଏକ ପ୍ରତିନିଧି ଦଳ ପୁରୀ ଜିଲ୍ଲା ପାସଳଙ୍କୁ ଭେଟି ସହାୟତା ପାଇଁ ଧନ୍ୟବାଦ୍ ଦେବା ସହିତ ଟ୍ରାନସ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।ଏହି କାର୍ଯକ୍ରମାକୁ ସାଥୀ ଅନୁଷ୍ଠାନର ସହ ନିର୍ଦେଶକ ବିଶ୍ୱଭୂଷଣ ପଟ୍ଟନାୟକ ,କ୍ଷେତ୍ର ସଂଯୋଜକ ରଶ୍ମିତା ସାହୁ, ଜିଲ୍ଲା ସଂଯୋଜକ ରୋଜାଲିନ ସାହୁ ପ୍ରଭୃତି ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *