ବିଶ୍ୱ ସାଙ୍କେତିକ ଭାଷା ଦିବସ ପାଳିତ

ଡେଲାଙ୍ଗ – ବିଶ୍ୱ ସାଙ୍କେତିକ ଭାଷା ଦିବସ ନୀଳାଚଳ ସେବା ପ୍ରତିଷ୍ଠାନ ରେ ପାଳିତ ହୋଇ ଯାଇଛି । ପ୍ରତିଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷ କନ୍ଦୁରି ଚରଣ ଚମ୍ପତିଙ୍କ ଅଧ୍ୟକ୍ଷ ତାରେ।ଅନୁଷ୍ଠିତ ଏହି ଦିବସରେ ସାଙ୍କେତିକ।ଭାଷାର ପ୍ରୟୋଗ ଓ ଗୁରୁତ୍ଵ ଉପରେ ଆଲୋଚନା।ହୋଇଥିଲା ।ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭାତୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ।ପିଲାମାନଙ୍କୁ ଉତ୍ସାହିତ କରିଥିଲେ ସାଙ୍କେତିକ ଭାଷାକୁ ଅନ୍ୟମାନେ ବିଝିବା ଓ ଦିବ୍ୟାଙ୍ଗ ପିଲାମାନଙ୍କୁ ସବୁ କ୍ଷେତ୍ରରେ ସହାୟତା କରିବାକୁ ଅନ୍ୟମାନେ ସହଯୋଗ କରିବାକୁ ପରାମର୍ଶ ଦିଆ ଯାଇଥିଲା ।କେନ୍ଦ୍ର ସରକାର ସାଙ୍କେତିକ ଭାଷାକୁ ପାଠ୍ୟକ୍ରମରେ ଏକ ବିଷୟ ରୂପେ ପ୍ରଚଳନ ପାଇଁ ସ୍ବୀକୃତି ଦେଇଥିବାରୁ ଖୁସି ବ୍ୟକତ କରିଥିଲେ।ବକ୍ତାମାନେ ।ଭିନ୍ନ ଖ୍ୟା ବିଦ୍ୟାଳୟର ପିଲାମାନେ ସାଙ୍କେତିକ ଭାରତରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ କ୍ରମ ପ୍ରଦର୍ଶନ କରିଥିଲେ । ପିଲାମାନେ।ସାଂସ୍କୃତିକ କାର୍ଯ୍ୟ କ୍ରମ।ପରିବେଷଣ କରିଥିଲେ। ଅଧ୍ୟାପକ ସମୀର କୁମାର ନାୟକ ପି ଏସ। ଡି ପି ସ୍କୁଲ ଅଧ୍ୟକ୍ଷ କରୁଣାକର ନାୟକ ପ୍ରମୁଖ।ଅତିଥି ଭାବେ ଯୋଗଦେଇଥିଲେ । ଅଧ୍ୟାପକ ସୁଶାନ୍ତ କୁମାର ଭୁଜବଳ। ନିହାରିକା ଦଳସିଂ ହ ରିନମଣି ସାମନ୍ତରାୟ ,ମାନସ କୁମାର ପରିଡ଼ା ଛବିରାଣୀ ଛୋଟରାୟ ।ମିଳନ ମାର୍ଥା ।ସୁଧାଂଶୁ ଶେଖର ମହାପାତ୍ର ।ପ୍ରମୁଖ ସହଯୋଜ କରିଥିବା ବେଳେ ସୁଶାନ୍ତ କୁମାର ବଳିଆର ସିଂହ ମଞ୍ଚ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *