ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ଉତ୍ସବ

ଗଣିଆ – ଗଣିଆରେ ଥିବା ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ଦଶମ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ତହସିଲଦାର ପ୍ରିତିବାଳା ରଣା,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା, ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସମୀର କୁମାର ସାହୁ, ଶିକ୍ଷକ ମହେଶ୍ୱର ବେହେରା, ପବିତ୍ର କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ମ୍ୟାଟ୍ରିକ ପରୀକ୍ଷାରେ ସଫଳତା ଲାଭ କରି କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ର ସନ୍ଦିପ କୁମାର ସାହୁ ବ୍ଳକ ଟପ୍ପର ହୋଇଥିବାରୁ ଅତିଥି ମାନେ କୃତଜ୍ଞତା ଜ୍ଞାପନ କରିଥିଲେ ।

ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କଠିନ ପରିଶ୍ରମ ଫଳରେ ଛାତ୍ର ଛାତ୍ରୀ ମାନେ ଆଜି ଭଲ ମଣିଷ ହୋଇପାରୁଥିବାରୁ ଶିକ୍ଷକ ମାନଙ୍କୁ ମଧ୍ୟ ଅତିଥି ମାନଙ୍କ ତରଫରୁ ସାଧୁବାଦ ପ୍ରଦାନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ବର୍ତ୍ତମାନର ସବୁଠାରୁ ବଡ ରୋଗ ମୋବାଇଲ ମୋହରେ ନପଡ଼ି ଭଲ ପାଠ ପଢି ନିଜ ବିଦ୍ୟାଳୟ ତଥା ଅଞ୍ଚଳର ନା ରଖିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଶିକ୍ଷକ ପବିତ୍ର କୁମାର ବେହେରା, ଶିକ୍ଷୟିତ୍ରୀ ସଶ୍ମିତା ମଣ୍ଡଳ ମଞ୍ଚ ପରିଚାଳନା କରିଥିଲେ ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *