“ଟ୍ୟାଲେଣ୍ଟ ସର୍ଚ୍ଚ ” ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ

ଚାରିଛକ :- ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ଚରିଛକ ସ୍ଥିତ ମା ସରସ୍ଵତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଆନୁକୁଲ୍ୟରେ ସ୍ଥାନୀୟ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଟ୍ୟାଲେଣ୍ଟ ସର୍ଚ୍ଚ ଉତ୍ସବ ପାଳିତ ହୋଇଯାଇଛି। ଆମ ବିଦ୍ୟାଳୟ ତରଫରୁ ହୋଇଥିବା ଉକ୍ତ ପରୀକ୍ଷା ରେ ଏ ଅଞ୍ଚଳ ର ୨୫ ଟି ହାଇସ୍କୁଲ ର ଛାତ୍ର, ଛାତ୍ରୀ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଅଧକ୍ଷ ପ୍ରଫେସର ବ୍ରଜ କିଶୋର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅଟିଥି ଭାବେ ପ୍ରାକ୍ତନ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର କମଳ ପ୍ରସାଦ ମହାପାତ୍ର ମୁଖ୍ୟ ବକ୍ତା ଭାବେ ପ୍ରଫେସର ରାଜୀବ ପଣ୍ଡା ସମ୍ମାନୀତ ଅତିଥି ଭାବେ ପ୍ରଫେସର ଗୋପୀନାଥ କର, ଡକ୍ଟର ସନ୍ତୋଷ କୁମାର ମିତ୍ର, ଆଇ ଆର୍ ଏସ ଚଂଦ୍ରକାନ୍ତ ଦଳାଇ, ସମାଜସେବୀ ସନାତନ ପାତ୍ର ସଦାନନ୍ଦ ବେହେରା ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କର ଉଜ୍ଜୋଳ ଭବିଷ୍ୟତ କାମନା କରୁଥିଲେ। ଶିକ୍ଷା ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ଅଧକ୍ଷ ଶ୍ରୀଯୁକ୍ତ ସୁବାସ ଚଂଦ୍ର ଦାସ ଉତ୍ସବଟିକୁ ଆୟୋଜନ କରିଥିଲେ । ଅତିଥିମାନେ ଛାତ୍ର ଛାତ୍ରୀ ମାନଂକୁ ପୁରସ୍କାର ପ୍ରଦାନ କରିଥଲେ। ଅନ୍ୟ ମାନଙ୍କ ମଧ୍ୟରେ କବିରାଜ କୁଳମଣି ସାହୁ ମେମୋରିଆଲ ଟ୍ରଷ୍ଟ ର ଅଧକ୍ଷ ତଥା ଚାରିଛକ ପ୍ରେସ କ୍ଲବ ସାଧାରଣ ସମ୍ପାଦକ ଡକ୍ଟର କେଦାରନାଥ ସାହୁ, ଶ୍ରୀଯୁକ୍ତ ଗଙ୍ଗାଧର ବେହେରା, ପିଲା ମାନଙ୍କର ଅନ୍ତର୍ନିହିତ ଗୁଣାବଳି କୁ ପରିପ୍ରକାଶ କରିବା ପାଈଁ ନିଜ ବକ୍ତବ୍ୟ ରଖିଥିଲେ। ଉକ୍ତ ବିଦ୍ୟାଳୟର ସମସ୍ତ ଉପଦେଷ୍ଟା ମଣ୍ଡଳୀ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ସହଯୋଗ କରିଥିଲେ । ଅନୁଷ୍ଠାନ ର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ଲକ୍ଷ୍ମଣ ବେହେରା ଧନ୍ୟବାଦ ଅର୍ପଣ କରିଥଲେ। ସାମ୍ୱାଦିକ, ଅଂଚଳର କିଛି ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଧୀତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ଉଚ୍ଚ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।