ତରୀକୁନ୍ଦ ପଂଚାୟତ ଉତ୍ତରେଶ୍ୱରୀ ମହାଦେବ ମନ୍ଦିର ଚତୁଃପାର୍ଶ୍ଵ ଅପରିଷ୍କାର

– ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ପଂଚାୟତ ଉତ୍ତରେଶ୍ୱରୀ ମହାଦେବ ମନ୍ଦିର ଚତୁର୍ପାଶ୍ୱ ଅପରିଷ୍କାର ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ପୁରାତନ ମନ୍ଦିର କୁ ପ୍ରତିଶତ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସୁଥିବା ବେଳେ ଏବେ କାର୍ତ୍ତିକ ମାସରେ ଅଧିକ ଭକ୍ତ ମାନେ ଆସୁଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗ୍ରାମର କିଛି ଅସାମାଜିକ ଲୋକମାନେ ମନ୍ଦିର ନିକଟରେ ଗାଈ ଗୋରୁ ବାନ୍ଧିବା ସହିତ ଅପରିଷ୍କାର କରୁଛନ୍ତି । ଯାହା ଫଳରେ ଦୁର୍ଗନ୍ଧ ହେବା ସହିତ ମନ୍ଦିର କୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହିତ ମନ୍ଦିର ଜାଗାକୁ ଜୋର ଜବରଦସ୍ତ ଦଖଲ କରି ରଖିବା ଫଳରେ ମନ୍ଦିର କୁ ଆସୁଥିବା ଯାତ୍ରୀ ମାନେ ଗାଡି ରଖିବା ଠାରୁ ଆରମ୍ଭ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସମାଧାନ କରିବାକୁ ଦାବି କରିଛନ୍ତି ।
ଜଗତସିଂହପୁର ରୁ rita ସାହୁ reporter