ଟାଟା ପାୱର ଇମପିଲକୋ ଠିକା କର୍ମଚାରୀ ମାନେ ଅନିଦ୍ଧିଷ୍ଟ ଛଟେଇକୁ ନେଇ କଲେ ପ୍ରତିବାଦ

ଇମପେଲକୋ ଇଲେକ୍ଟ୍ରି ଠିକା କମ୍ପାନୀ ର ମନମୁଖୀ କାର୍ଯ୍ୟ କୁ ବିରୋଧ କଲେ କାର୍ଯ୍ୟରତ କର୍ମଚାରୀ ମାନେ ଯେଉଁଠି ଦୀର୍ଘବର୍ଷ ଧରିହେବ ଠିକା କର୍ମଚାରୀ ମାନେ ବିଭିନ୍ନ ଇଲେକ୍ଟ୍ରି ଷ୍ଟ୍ରକ୍ଚର ରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି ସେଠି ସାମ୍ପ୍ରଦାୟିକ ପରିସ୍ଥିତି ରେ ନିଜ ଜୀବନ କୁ ବାଜି ଲଗାଇ କାର୍ଯ୍ୟ କରିଥାନ୍ତି ଏହି ପରିପେକ୍ଷୀରେ କର୍ମଚାରୀ ତାଙ୍କର ପାରିଶ୍ରମିକ ମୂଲ୍ୟ ଠିକଭାବରେ ମିଳି ନଥାଏ ବର୍ତ୍ତମାନ ଇମପେଲକୋ ଠିକା କମ୍ପାନୀ ମନମୁଖୀ କାର୍ଯ୍ୟ ଓ କୌଣସି ସମସ୍ୟା ନ ଥାଇ ଠିକା କର୍ମଚାରୀ ମାନଙ୍କୁ ଅନିଧିଷ୍ଟ କାଳ ପାଇଁ ଛଟେଇ କରିବାକୁ ନେଇ ଯେଉଁଭଳି ପ୍ରସ୍ତୁତି କରାଯାଇଛି ତାକୁ ବିରୋଧକରି କାର୍ଯ୍ୟରତ ଠିକା କର୍ମଚାରୀ ମାନେ ଆଜି ଭଦ୍ରକ ଧାମନଗର ବ୍ଲକ ରାପିତା ଇଲେକ୍ଟ୍ରି ଷ୍ଟ୍ରକ୍ଚର ଠାରେ ଶତାଧିକ ଠିକା କର୍ମଚାରୀ ମାନେ ଏକତ୍ରିତ ହୋଇ ଏକ ବୈଠକ କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ଠିକା କର୍ମଚାରୀ ମାନଙ୍କ ର ଦାବି ହେଉଛି ସ୍ଥାୟୀ ନିଯୁକ୍ତି କରିବା ସହିତ ଦରମା ବୃଦ୍ଧି କରିବା ଓ ନୂତନ ଶ୍ରମିକ ନିଯୁକ୍ତି ଦେବା ଏଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ କର୍ମଚାରୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଯଦି ତୁରନ୍ତ ଏଭଳି ଗୁରୁତ୍ୱ ପୂର୍ଣ ସମସ୍ୟା ର ସମାଧାନ କରା ନ ଯାଏ ଆଗାମୀ ଦିନରେ ଠିକା କର୍ମଚାରୀ ମାନେ ଏକତ୍ରିତ ହୋଇ ଜିଲ୍ଲାପାଳ ଓ ଉଚ୍ଚ ପଦାଧିକାରୀ ମାନଙ୍କୁ ନିଜର ଦାବି ପତ୍ର ପ୍ରଦାନ କରିବେ ଯଦି ଏହା ଦ୍ୱାରା କୌଣସି ସୁଫଳ ନମିଳେ ଆନ୍ଦୋଳନ କରିବା ସହ ରାଜ ରାସ୍ତାକୁ ଓଲ୍ହାଈବେ ବୋଲି ଠିକା କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି ଓ ଏହାକୁ ବାଲେଶ୍ୱର ଠାରୁ ଆରମ୍ଭ କରି ନବୀନ ନିବାସ ପର୍ଯ୍ୟନ୍ତ ନେଇଯିବେ ।

punil Kumar Samanta reporter

Leave a Reply

Your email address will not be published. Required fields are marked *