ନିମ୍ନ ମାନର କାର୍ଯ୍ୟ ପାଇଁ ଛାତ ରୁ ସିଲିଂ ଖସି ଶିକ୍ଷୟତ୍ରୀ ଆହତ,

Slug:ନିମ୍ନ ମାନର କାର୍ଯ୍ୟ ପାଇଁ ଛାତ ରୁ ସିଲିଂ ଖସି ଶିକ୍ଷୟତ୍ରୀ ଆହତ, ସ୍କୁଲ କୁ ତାଲା ପକାଇ ଧାରଣା ରେ ଅଭିଭାବକ ପିଲା ମାନଙ୍କୁ ଆଦର୍ଶ ଓ ସୁଲଭ ଶିକ୍ଷା ଦାନ ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ବିଭିନ୍ନ ବିଦ୍ୟାଳୟ କୁ 5ଟି ରୂପାନ୍ତରିତ କରାଯାଇ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି କିନ୍ତୁ ଏହି ଅର୍ଥ କୁ ସ୍ଥାନୀୟ ବ୍ଲକ ପ୍ରଶାସନ ସଠିକ ବିନିଯୋଗ କରୁନି, ଏଭଳି ଏକ ଦୁଃଖପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ପଢ଼ିଆରୀ ବିଦ୍ୟାପୀଠ ରେ, ସ୍କୁଲ ଘରେ ଷ୍ଟାଫ ଙ୍କ ବୈଠକ ଚାଲୁଥିବା ବେଳେ ସ୍କୁଲ ଛାତ ରୁ ସିଲିଂ ଖସିଥିଲା, ଘଟଣା ସ୍ଥଳ ରେ ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଗୁରୁତ୍ୱର ଆହତ ହୋଇଥିବା ସହ ଆଉ ୨ ଜଣ ମଧ୍ୟ ଆହତ ହୋଇଥିଲେ, ଯାହାର ପ୍ରତିବାଦ ରେ ଆଜି ଅଭିଭାବକ ମାନେ ସ୍କୁଲ ସମୁଖରେ ତାଲା ପକାଇ ଧାରଣା ରେ ବସିଛନ୍ତି 2021ମସିହା ରେ ଏହି ବିଦ୍ୟାପୀଠ କୁ 5ଟି ରୂପାନ୍ତରିତ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିଲା, କିନ୍ତୁ ଏହି କାର୍ଯ୍ୟ ନିମ୍ନ ମାନର ହୋଇଥିଲା, ସ୍ଥାନୀୟ ବୁଦ୍ଧିଜୀବୀ ବାରମ୍ବାର ଅଭିଯୋଗ କରିଥିଲେ ବି ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲା, ଆଜି ଏଭଳି ଘଟଣା ଘଟିଥିବାରୁ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ଆଉ ନିୟୋଜିତ ଠିକାଦାର ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଜୋର ଧରିଛି, ଘଟଣା ସ୍ଥଳ କୁ ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ପରିଦର୍ଶନ କରିଥିଲେ ଓ ଲୋକ ଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ରୁ ଓଲ୍ହାଇ ବେ ନାହିଁ ବୋଲି ଅଭିଭାବକ କହିଛନ୍ତି ମଣ୍ଡଳ ଶିକ୍ଷା ଅଧିକାରୀଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଙ୍କ ଉନ୍ନତ ବିକାଶ ପାଇଁ ଅର୍ଥ ଦେବାରେ ଅବହେଳା ନାହିଁ କିନ୍ତୁ ଏଠି ପ୍ରଶାସନିକ ଅଧିକାରି ଙ୍କ ଅବହେଳା ପାଇଁ ବାରମ୍ବାର ବଦନାମ ହେଉଛନ୍ତି ସରକାର, ସରକାର ଙ୍କ ଅର୍ଥ ସଠିକ ରୂପେ ଏହାକୁ ବ୍ୟବହାର କରୁଛନ୍ତି କି ନାହିଁ ଯାହା ବର୍ତମାନ ସନ୍ଦେହ ଜନକ, ଯେଉଁ ବିଦ୍ୟାଳୟ ରେ ଶିକ୍ଷକ ସୁରକ୍ଷିତ ନୁହନ୍ତି ସେଠି ଛାତ୍ରଛାତ୍ରୀ କେତେ ସୁରକ୍ଷିତ, ଖବର ପ୍ରସାରଣ ପରେ ସରକାର ଙ୍କ ତରଫରୁ ସମ୍ପୃକ୍ତ ଅଧିକାରୀ ଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ହିଁ ଅପେକ୍ଷା

Leave a Reply

Your email address will not be published. Required fields are marked *