ଦୂର୍ଘଟଣାରେ ଶିକ୍ଷକଙ୍କ ମୃତ

ଗାଡି ଧକାରେ ଚାଲିଗଲା ଶିକ୍ଷକଙ୍କ ଜିବନ। ମୃତ ଶିକ୍ଷକ ହେଲେ କାମାକ୍ଷାନଗର ଥାନା ରାଇବୋଲ ଗ୍ରାମର ସହଦେବ ବିଶ୍ବାଳ।ସହଦେବ କୁସୁମୁଯୋଡି ଗ୍ରାମକୁ ଗତକାଲି ନାଚ ଦେଖିବାପାଇଁ ଯାଇ ଆଜି ସକାଳୁ ଘରକୁ ଫେରୁଥିବାବେଳେ ମହୁଲି ନିକଟରେ ଗାଡି ଧକା ଦେଇଥିଲା।ଫଳରେ ତାଙ୍କର ମୁଣ୍ଡ ଓ ମୁହଁରେ ଗଭିର ଆଘାତ ଲାଗିଥିଲା।ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।ଦୂର୍ଘଟଣା ଘଟାଇଥିବା ଗାଡିର କୈାଣସି ସନ୍ଧାନ ମିଳିପାରି ନାହିଁ।