ଗୁରୁ ଦିବସରେ ଚାରି ଛକ ପ୍ରେସ କ୍ଳବ୍ ତରଫରୁ 20 ଜଣ ଗୁରୁଙ୍କୁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ସମ୍ମାନରେ ସମ୍ମାନିତ
![](https://teerthkhetra.com/wp-content/uploads/2023/09/WhatsApp-Image-2023-09-06-at-1.17.57-PM-1024x462.jpeg)
ପବିତ୍ର ଗୁରୁଦିବସ ଅବସରରେ ଚରିଛକ ପ୍ରେସ କ୍ଳବ୍ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଗୁରୁପୁଜନ ଉତ୍ସବ ଆୟୋଜନ କରି ସୁନାମଧନ୍ୟ ତଥା ବୟୋଜ୍ୟେଷ୍ଠ ଗୁରୁ ଶ୍ରୀଯୁକ୍ତ ଲକ୍ଷ୍ମୀଧର ନାୟକ,ଲକ୍ଷ୍ମୀଧର ମହାନ୍ତି, ବିଚିତ୍ରାନନ୍ଦ ପଟ୍ଟନାୟକ,ଶ୍ରୀମତୀ ଶୈଳବାଳା ବାହିନୀପତି ,ପୂର୍ବତନ ଆରକ୍ଷୀ ପ୍ରଶିକ୍ଷକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ନାୟକ ଙ୍କ ସମେତ ପ୍ରାୟ କୋଡିଏ ଜଣ ଗୁରୁ ଙ୍କ ପାଦ ଧୋଇ ସେମାନଙ୍କୁ ପୁଷ୍ପ ଚନ୍ଦନ ଦେଇ ଗୁରୁ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧିତ କରି ଗୁରୁ ମାନଙ୍କର ଆଶିଷ ସାଉଁଟିଛି ।ଏକାନ୍ତ ଆଶ୍ରମ ପରିସର ରେ ଅନୁଷ୍ଠିତ ଗୁରୁପୁଜନ୍ ଉତ୍ସବ ରେ ଅବସରପ୍ରାପ୍ତ ଅଧକ୍ଷ ପ୍ରଫେସର ଶ୍ରୀଯୁକ୍ତ ପ୍ରଭାତ କୁମାର ମିଶ୍ରଙ୍କ ସଭାପତିତ୍ବ ରେ ଆୟୋଜିତ ଗୁରୁପୂଜାନ ଉତ୍ସବ ରେ ମୁଖ୍ୟ ବକ୍ତା ପ୍ରଫେସର ଶ୍ରୀଯୁକ୍ତ ବ୍ରଜ କିଶୋର ନାୟକ , ବିଶିଷ୍ଠ ଅତିଥି ଅବସରପ୍ରାପ୍ତ ଆଉ ଆର୍ ଏସ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଦଳାଇ, ସମ୍ମାନୀୟ ଅତିଥି ପ୍ରଫେସର ଶ୍ରୀଯୁକ୍ତ ପଞ୍ଚନାନ ସାହୁ,ପ୍ରଫେସର ଶ୍ରୀଯୁକ୍ତ ଗୋପୀନାଥ କର ,ପ୍ରଫେସର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିତ୍ର ଙ୍କ ସମେତ ପ୍ରେସ କ୍ଳବ୍ ର ସଭାପତି ଶିଶିର କୁମାର ସ୍ୱାଇଁ,ସହ ସମ୍ପାଦକ ସନ୍ତୋଷ କୁମର ଦାସ ,ଶଶିକାନ୍ତ ତ୍ରିପାଠୀ ,ବିନୋଦ ପ୍ରଧାନ ,ବସନ୍ତ ମଲ୍ଲ ଙ୍କ ସମେତ ସମସ୍ତ ସଭ୍ୟ ଯୋଗ ଦେଇ ଥିଲେ ।ସମାଜସେବୀ ତଥା କୃଷକ ନେତା ଶ୍ରୀଯୁକ୍ତ ସନାତନ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଚାରିଛକ୍ ପ୍ରେସ କ୍ଳବ୍ ର ସମ୍ପାଦକ ଡଃ କେଦାର ନାଥ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ।
ନିମାପଡ଼ା ରୁ ଶିଶିର କୁମାର ସ୍ବାଇଁ ଙ୍କ ରିପୋର୍ଟ