ଶିକ୍ଷୟତ୍ରୀ ଙ୍କ ଅଜବ ନିଶା

ଦୈନଦିନ ଜୀବନରେ ତାଙ୍କର କର ଶେଷ ହେବା ପରେ ଅଦରକାରୀ ଦ୍ରବ୍ୟରୁ ତିଆରି କରି ଦିଅନ୍ତି ଏକ ନୂଆ ରୂପ । ତାଙ୍କ ହାତର ସ୍ପର୍ଶ ରେ ସତେ ଯେମିତି ଅଦରକାରୀ ଜିନିଷ ଗୁଡ଼ିକ ଜୀବନ୍ତ ହୋଇ ଉଠୁଛି । ଆସନ୍ତୁ ଦେଖିବା ଶିକ୍ଷୟତ୍ରୀ ସ୍ନିଗ୍ଧ। ସ୍ଵୟଂପ୍ରଭା ଙ୍କ ଅଜବ ନିଶାର୍ ଏହି ସ୍ୱତନ୍ତ୍ର ରିପୋର୍ଟ ଉପରେ…… – ଶିକ୍ଷୟତ୍ରୀ ଙ୍କ ଅଜବ ନିଶା । ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଯଶୋବନ୍ତପୁର ଗାଁ ର୍ ସୁକାନ୍ତ କୁମାର ଦାଶଙ୍କ ଝିଅ ସ୍ନିଗ୍ଧ। ସ୍ଵୟଂପ୍ରଭା । ବିରିଡି ବ୍ଲକ ବିଶ୍ୱାନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି । ପିଲାଦିନୁ ହସ୍ତକଳା କାରୁକାର୍ଯ୍ୟ ଉପରେ ତାଙ୍କର ରୁଚି ରହିଛି । ଅଦରକାରୀ ପ୍ଲାଟିକ ବୋତଲ, ଗ୍ଲାସ, ଦିଆସିଲ କାଠି, ଜରି, ଆଇସକ୍ରିମ କାଠି, ଚିରା ଲୁଗା ରୁ ବିଭିନ୍ନ ପ୍ରକାର ସାମଗ୍ରୀ ପାପୋଛା, ଫୁଲଦାନୀ, ବାଇ ଚଢେଇ ବସା, ଫୁଲ ଗଛ ସହିତ ଘର ସଜାଇବା ପାଇଁ ବିଭିନ୍ନ ସାମଗ୍ରୀ ଓ ଠାକୁରଙ୍କ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି । ଏହାକୁ ନେଇ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସିତ ହେବା ସହିତ ଏକାଧିକ ଥର ସମ୍ମାନୀତ ମାଧ୍ୟ ହୋଇ ଛନ୍ତି । ତେବେ ନିକଟରେ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ସମ୍ମାନୀତ ହେବା ସହିତ ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି । ଏହାକୁ ନେଇ ସେ ନିଜେ ଯେତିକି ଖୁସି ସେମାନଙ୍କ ର୍ ପରିବାର ଓ ଶୁଭେଚ୍ଛୁ ମାନେ ବେଶ ଖୁସି ଥିବା କହିଛନ୍ତି । । ସ୍ଵୟଂପ୍ରଭା ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ସମ୍ମାନୀତ ହେବା ପରେ ତାଙ୍କର ପରିବାର ସହିତ ଗ୍ରାମବାସୀ ମାନେ ବେଶ ଖୁସି ଥିବା ଦେଖାଯାଇଛି । ଗାଁ ଝିଅ ଆଜି ରାଜ୍ୟ ସ୍ତରରେ ପୁରସ୍କୃତ ହୋଇ ନିଜ ଗାଁ ଓ ଜିଲ୍ଲା ପାଇଁ ମଧ୍ୟ ଗୌରବାନୀତ କରି ପାରିଛନ୍ତି । ତେବେ ଆଗକୁ ସେ ଅଦରକାରୀ ଜିନିଷ ରୁ ଅନେକ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରିବା ସହିତ କେବଳ ଜିଲ୍ଲା ନୁହେଁ ରାଜ୍ୟ ନାମକୁ ବିଶ୍ଵଦରବାରରେ ପ୍ରତିଷ୍ଠିତ କରାଇ ପାରିବାକୁ ଲକ୍ଷ ରଖିଛନ୍ତି । ଆଜି ତାଙ୍କର ଏହି ସଫଳତା କୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ର୍ ସୁଅ ଛୁଟୁଛି । ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *