ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ ଦେଲା କଂଗ୍ରେସ ଓ ବିଜେପି

ପ୍ରାଥମିକ ଶିକ୍ଷକ ମାନଙ୍କ ୩ଦଫା ଦାବି ନେଇ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ପଞ୍ଚମ ଦିନ ରେ ପହଞ୍ଚିଥିବା ବେଳେ ଆନ୍ଦୋଳନ ରେ ସାମିଲ ହେଲା କଂଗ୍ରେସ ଓ ବିଜେପି । ଧାରଣାରେ ରହି ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଦ୍ୱାରା ଦିଲ୍ଲୀ ଅମୃତ ବାଟିକା ପାଇଁ ପିପିଲିର ପବିତ୍ର ମାଟି ପ୍ରଦାନ କରିଛନ୍ତି । ତେବେ ବିଦ୍ୟାଳୟ ରେ ତାଲା ଝୁଲାଇ ୫ଦିନ ଧରି ଆନ୍ଦୋଳନ ଜାରି ରଖିଥିବା ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ରେ ଆଜି ପିପିଲି ରେ ସାମିଲ ହୋଇଛି କଂଗ୍ରେସ ଓ ବିଜେପି । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଶିକ୍ଷକ ଙ୍କ ଆନ୍ଦୋଳନ ରେ ସାମିଲ ହୋଇ ଶିକ୍ଷକଙ୍କ ଦାବୀ ଯର୍ଥାଥ ବୋଲି କହିଥିବା ବେଳେ ଶିକ୍ଷକ ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରୁଛି ଏବଂ ସରକାର ତୁରନ୍ତ ଶିକ୍ଷକ ସଂଘ ଦାବୀ ମାନିବାକୁ ଅନୁରୋଧ କରିଛି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର। ସେହିପରି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପିପିଲି ବିଇଓ କାର୍ଯ୍ୟାଳୟରେ ପହଂଚି ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ସଂଘ ସହିତ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ଶିକ୍ଷକ ମାନଙ୍କ ଦାବୀ ବିଧାନସଭାରେ ଉପସ୍ଥାପନ କରାଯିବାର ପ୍ରତିଶୃତି ଦେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସମ୍ବିତ ପାତ୍ର। ଶିକ୍ଷକ ମାନଙ୍କ ପ୍ରସଙ୍ଗ ବିଧାନସଭାରେ ଉପସ୍ଥାପନ କରାଯିବ ବୋଲି କହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଠାରୁ ମେରି ମାଟି ମେରି ଦେଶ ପାଇଁ ମାଟି ସଂଗ୍ରହ କରିଥିଲେ ! ଆନ୍ଦୋଳନରତ ଶିକ୍ଷୟତ୍ରୀ ମାନଙ୍କୁ ଡଃ ପାତ୍ର ମା ସରସ୍ବତୀ ବୋଲି ସମ୍ବୋଧନ କରିବା ଓ ସେମାନଙ୍କ ଠାରୁ ସହିଦ ଙ୍କ ସମ୍ମାନ ଉଦେଶ୍ୟରେ ଅମୃତ ବାଟିକା ପାଇଁ ମାଟି ସଂଗ୍ରହ କରିଥିବାରୁ ଏହାକୁ ନେଇ ପିପିଲି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave a Reply

Your email address will not be published. Required fields are marked *