ନ୍ୟୁଜିଲାଣ୍ଡରେ ଭୟାବହ ଭୂମିକମ୍ପ

ନୂଆଦିଲ୍ଲୀ- ବର୍ତ୍ତମାନ ନ୍ୟୁଜିଲାଣ୍ଡର ରାଜଧାନୀ ଉଇଲିଙ୍ଗଟନ ନିକଟରେ ଭୟାବହ ଭୂମି କମ୍ପ ର ସୂଚନା ଆସୁଛି।ମିଳିଥିବା ସୂଚନା ରୁ ଜଣା ପଡ଼ିଛି ଯେ,ଆଜି ବୁଧବାର ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ୩୮ମିନିଟ ସମୟରେ ୬.୧ ମାଗ୍ନିଚ୍ୟୁଡ଼ ର ଏକ ଭୟାବହ ଭୂମିକମ୍ପ ଅନୁଭୂତ ହୋଇଛି।ଏହି ଭୂମିକମ୍ପ ପ୍ରାୟ ୩୦ସେକଣ୍ଡ ଧରି ଅନୁଭୂତ ହାଇଥିବା ସୂଚନା ମିଳିଛି।କ୍ଷୟକ୍ଷତି ର କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିନଥିବା ବେଳେ ସେଠାରେ ଆତଙ୍କ ଖେଳିଯାଇଛି।