କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ରେ ଭୟାବହ ଅଗ୍ନିକାଣ୍ଡ

କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ଆଜି ସନ୍ଧ୍ୟା ସମୟରେ ଅବକାରୀ କାର୍ଯ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି l ଅଗ୍ନିକାଣ୍ଡ ରେ ହୁତୁହୁତୁ ହୋଇ ଜଳିଗଲା ପାଞ୍ଚ ରୁ ଉର୍ଦ୍ଧ ସିଜ ହୋଇଥିବା ମୋଟର ସାଇକେଲ l ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ କାର୍ଯ୍ୟାଳୟ ର ପଛପାଖରେ ନିଆଁ ଲାଗିଥିଲା। ନିଆଁ ର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଚାଁହୁଚାଁହୁ ନିଆଁ ପାଖରେ ଥିବା ମୋଟର ସାଇକେଲ ଆଡେ ବ୍ୟାପୀ ଯାଇଥିଲା l ଫଳରେ ପାଞ୍ଚ ରୁ ଉର୍ଦ୍ଧ ମୋଟର ସାଇକେଲ ପୋଡିଯାଇଥିଲା। ଖବରପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କଲାବେଳକୁ ସିଜ ହୋଇଥିବା ଗାଡିଗୁଡିକ ସମ୍ପୂର୍ଣ ପୋଡିଯାଇଥିବା ଦେଖିବାକୁ ମିଳିଛି।