ପୁରୀ ସମୁଦ୍ରରୁ ମିଳିଲା ଭୟଙ୍କର ଆକୃତିର ମୂର୍ତ୍ତି, ଲୋକେ ଭୟଭୀତ

ପୁରୀ : ପୁରୀ ବେଳାଭୂମିରୁ ମିଳିଲା ଏକ ଭୟଙ୍କର ଆକୃତି ମୂର୍ତ୍ତି । ପୁରୀ ପେଣ୍ଠକଟାର କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯିବା ସମୟରେ ଏକ ରହସ୍ୟମୟ ମୂର୍ତ୍ତିକୁ ଠାବ କରିଛନ୍ତି । ଏହି ମୂର୍ତ୍ତିଟି ବେଶ ଭୟାନକ ଦେଖାଯାଉଛି ।

ପୁରୀ ପେଣ୍ଠକଟାର କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯିବା ସମୟରେ ଏହି ରହସ୍ୟମୟ ମୂର୍ତ୍ତିଟିକୁ ପାଇଛନ୍ତି । ଏହି ମୂର୍ତ୍ତିଟି ବେଶ୍‌ ଭୟାନକ ଦେଖାଯାଉଛି । ପେଣ୍ଠକଟାର ମତ୍ସଜୀବୀ ଏ.ରାଜୁ ଓ ତାଙ୍କ ସାଥୀ, ଏ.ଦାହିର, ଏ.କୁମାର, ସିଏଚରମୁ ସମୁଦ୍ରରେ ଜାଲ ପକାଇଥିବା ବେଳେ ଏହି ମୂର୍ତ୍ତି ଦେଖିଥିଲେ । ମାଛ ଧରିବାକୁ ଜାଲ ପକାଇବା ସମୟରେ ଜାଲରେ ଏହି ମୂର୍ତ୍ତିଟି ଲାଗିଥିଲା ।

ସେମାନେ ଏହି ମୂର୍ତ୍ତିକୁ ଡଙ୍ଗାରେ ଆଣି କୂଳକୁ ନେଇ ଆସିଛନ୍ତି । ପେଣ୍ଠକଟା ନିକଟସ୍ଥ ବେଳାଭୂମିରେ ଏହି ମୂର୍ତ୍ତିକୁ ରଖି ମତ୍ସ୍ୟଜୀବୀ ଘରକୁ ଚାଲି ଯାଇଛନ୍ତି । ମୂର୍ତ୍ତିଟିକୁ ଦେଖିବାକୁ ଲୋକଙ୍କ ଗହଳି ଜମିଛି । ଏହାର ଉଚ୍ଚତା ପାଖାପାଖି ୫ ଫୁଟ ଥିବା ବେଳେ ଓଜନ ଖୁବ ଅଧିକ ଅଛି । ଏହା ସିମେଣ୍ଟ କିମ୍ବା ଅନ୍ୟ କେଉଁ ପଦାର୍ଥରେ ମୂର୍ତ୍ତି ତିଆରି ହୋଇଥିବା ଅନୁମାନ କରାଯାଉଛି । ଏହା ମା’ କାଳିଙ୍କ ମୂର୍ତ୍ତି ହୋଇଥିବା ଆଶଙ୍କା କରାଯାଉଛି । ତେବେ ଏହି ମୂର୍ତ୍ତି ଓ ଏହାର ଭୟାନକ ଚେହେରାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କିଏ କେଉଁ ପରିସ୍ଥତିରେ ଏହି ମୂର୍ତ୍ତିଟିକୁ ସମୁଦ୍ରରେ ପକାଇଛି କି ସମୁଦ୍ରକୁ ଏହି ମୂର୍ତ୍ତୀ କିପରି ଆସିଲା ତାହାର ଖୋଜଖବର ନାହିଁ। ଏହା ପଛରେ କି ରହସ୍ୟ ରହିଛି ତାକୁ ନେଇ ପୁରୀ ସହରରେ ବେଶ୍ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *