ଖୋର୍ଦ୍ଧା ଅଂଚଳର ୨ ଜଣ ଯୁବକ ପଲସର ଗାଡ଼ିରେ ଆତଙ୍କ

ନୟାଗଡ ଟାଉନ ଥାନା ପୋଲିସର ଏସଡିପିଓ ନେତୃତ୍ୱରେ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତା ଜନୈକ ଷ୍ଟାଫ ନର୍ସଙ୍କ ଠାରୁ ଆଜି ଖୋର୍ଦ୍ଧା ଅଂଚଳର ଜନୈକ ୨ ଜଣ ଯୁବକ ପଲସର ଗାଡ଼ିରେ ଆତଙ୍କ ଖେଳାଇ ନୟାଗଡ ନୂଆ ବସଷ୍ଟାଣ୍ଡ ନିକଟରୁ ସୁନା ଚେନ ଛଡ଼ାଇ ନେଇଥିବା ବେଳେ ସୁନାଚେନ, ଗୋଟିଏ ଓପୋ ମୋବାଇଲ, ପଲସର ଗାଡ଼ି ଜବତ ସହ ଦୁଇ ଅଭିଯୁକ୍ତ ଅପରାଧୀଙ୍କୁ ଗିରଫ କରିବରେ ସମର୍ଥ ହୋଇଛି ଟାଉନ ଥାନା ପୋଲିସ… ଖବର ପାଇ ଜିଲ୍ଲା ଏସପି ଆସାମୀଙ୍କୁ ଧରିବା ପାଇଁ ତୁରନ୍ତ ଟିମ ଗଠନ କରି ଧରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ…. ସାଧୁ ସାଧୁ… ନୟାଗଡ ଏସପି, ଏସଡିପିଓ ନୟାଗଡ…. ଟାଉନ ଥାନା ଆଇଆଇସି ଏବଂ ଏହି କାର୍ଯ୍ୟାନୁଷ୍ଠାନରେ ସାମିଲ ଥିବା ଅନ୍ୟାନ୍ୟ ପୋଲିସ ଅଧିକାରୀ ଆଉ କର୍ମଚାରୀ… ଏଥିପାଇଁ ସମଗ୍ର ଟାଉନରେ ଟାଉନ ଥାନା ପ୍ରତି ପ୍ରଂଶସାର ସୁଅ ଛୁଟିଛି ।
