ସୋମାଲିଆ ହୋଟେଲରେ ଆତଙ୍କବାଦୀ ଆକ୍ରମଣ, ୯ ମୃତ, ୨୦ ଆହତ

ମୋଗାଦିଶୁ,୧୦।୬ : ସୋମାଲିଆର ରାଜଧାନୀ ମୋଗାଦିଶୁର ଏକ ସମୁଦ୍ର କୂଳ ହୋଟେଲରେ ଇସଲାମବାଦୀ ଅଲ-ଶବାବ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ ହୋଇଛି। ଏଥିରେ ୯ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ପୋଲିସ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଏହି ସମୟରେ, ରାଜ୍ୟ ଗଣମାଧ୍ୟମ କହିଛି ହୋଟେଲ ଉପରେ ଏକ ଘଣ୍ଟା ଧରି ଚାଲିଥିବା ଉଗ୍ରବାଦୀ ଆକ୍ରମଣକୁ ସୁରକ୍ଷା ବାହିନୀ ପକ୍ଷରୁ ଶେଷ କରାଯାଇ ସ୍ଥିତିକୁ ସ୍ବାଭାବିକ କରାଯାଇଛି।

ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣ ପାଇଁ ଅଲ-କାଏଦାର ପୂର୍ବ ଆଫ୍ରିକା ସହଯୋଗୀ ଅଲ-ଶବାବ ଦାୟୀ ବୋଲି ଦାବି କରିଛି।

ସୋମାଲିଆ ଭିତ୍ତିକ ଉଗ୍ରବାଦୀ ଗୋଷ୍ଠୀ ମୋଗାଦିଶୁରେ ହୋଟେଲ ତଥା ଅନ୍ୟାନ୍ୟ ହାଇ-ପ୍ରୋଫାଇଲ ସ୍ଥାନ ଉପରେ ଆକ୍ରମଣ ଆତ୍ମଘାତୀ ବିସ୍ଫୋରଣ କରୁଛି। ପ୍ରତ୍ୟକ୍ଷଦର୍ଶୀ ଆସୋସିଏଟେଡ ପ୍ରେସ୍କୁ କହିଛନ୍ତି ଲୋକପ୍ରିୟ ପର୍ଲ ବିଚ ହୋଟେଲ ଭିତରେ କିଛି ଲୋକ ଫଶି ରହିଥିଲେ। ମୋଗାଡିଶୁର ସବୁଠାରୁ ଲୋକପ୍ରିୟ ଅଞ୍ଚଳ ମଧ୍ୟରୁ ଲିଡୋ ବିଚ ଅନ୍ୟତମ।

Leave a Reply

Your email address will not be published. Required fields are marked *