ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଆଗମନ ଶତବାର୍ଷିକୀ ପ୍ରସ୍ତୁତି ବୈଠକ

ପୁରୀ ୧୩/୧୨ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପୁରୀ କୁ ଆଗମନର ୧୦୨ ବର୍ଷ ପୂର୍ତ୍ତି ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ଠାରେ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରି ଆସନ୍ତା ଜାନୁୟାରୀ ୧୪ ତାରିଖରେ ଏହି ଆଗମନ ଦିବସ କୁ ପାଳନ କରିବାକୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଉତ୍ସବ କମିଟି ପ୍ରଶାସନ କୁ ଅନୁରୋଧ କରିଛନ୍ତି।ତେଣୁ ଏହାକୁ ଶୃଙ୍ଖଳା ର ସହ ପରିଚାଳନା ପାଇଁ ବିଭିନ୍ନ ବିଭାଗ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ତାଳବଣିଆ ଠାରେ ଆୟୋଜିତ ହେବ। ତେଣୁ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା,ଗାଡି ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ସୁନିୟନ୍ତିତ କରିବାକୁ ସେ ପରାମର୍ଶ ଦେଇଥିଲେ।କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ବିଭିନ୍ନ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।ପ୍ରାରମ୍ଭରେ ଉତ୍ସବ କମିଟି ର ସମ୍ପାଦକ ଡମ୍ବରୁଧର ଦାସ ସମସ୍ତ ଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ପୁରୀ ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା,ଡେପୁଟି କଲେକ୍ଟର ମନୋଜ କୁମାର ପ୍ରଧାନ,,ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ।କମିଟିର ଉପ ସଭାପତି ଡ଼ଃ ହୃଷିକେଶ ସେନାପତି, ସହ ସମ୍ପାଦକ ନିରଞ୍ଜନ ବେହେରା, ଡଃ ନନ୍ଦ କିଶୋର ପ୍ରଧାନ, ସ୍ୱାଇଁ ଶ୍ରୀ ନୃସିଂହ ଶ୍ରୀଚନ୍ଦନ ଓ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *