ଥାଲାସେମିଆ ଓ ରକ୍ତ ଶିକୁଳି ସମିତି ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଥାଲାସେମିଆ ଓ ରକ୍ତ ଶିକୁଳି ସମିତି ଓଡ଼ିଶା ଓ ଏଷ୍ଟଟର ସି.ଏମ ଆଇ ହସ୍ପିଟାଲ ବେଙ୍ଗାଲର ର ସହଭାଗୀତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଡ଼ଃ ଷ୍ଟାଲୀନ ରାମ ପ୍ରକାଶ ଯୋଗଦେଇ ଥାଲାସେମିଆ ଓ ରକ୍ତ ଶିକୁଳି ରୋଗର ଚିକିତ୍ସା, ଆରୋଗ୍ୟତା ଓ ନିରାକରଣ ଉପରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ତେବେ ଜଗତସିଂହପୁର ଜିଲ୍ଲାରେ ଥିବା ଥାଲାସେମିଆ ରୋଗୀ ଙ୍କ ପାଇଁ ଏକ ରକ୍ତ ସଂଚାରଣ କେନ୍ଦ୍ର, ଉନ୍ନତ ମାନର ରକ୍ତ ଓ ଔଷଧ ର କିପରି ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଏହି ସଚେତନତା କାର୍ଯ୍ୟକ୍ରମର ଉଦେଶ୍ୟ ଆମ ରାଜ୍ୟ କୁ ଥାଲାସେମିଆ ଓ ରକ୍ତ ଶିକୁଳି ମୁକ୍ତ ରାଜ୍ୟରେ ପରିଣତ କରିବା ବୋଲି ଅତିଥିମାନେ କହିଛନ୍ତି ।
ଜଗତସିଂହପୁର ରୁ ରୀତା ସାହୁ
