ୟେ ଭୂତକୋଠି ସରକାରୀ ବାଳିକା ସ୍କୁଲ ପାଇଁ ବିପଦ ।

ଭଦ୍ରକ ୨୦/୭ : ଭଦ୍ରକ ବାଳିକା ବିଦ୍ୟାଳୟ ପାଖରେ ଥିବା ଏହି ବିରାଟ ଅଟ୍ଟାଳିକା ଏବେ ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡା ପାଲଟିଛି । ସ୍କୁଲ ପାଖରେ ଥିବା (Micro finance) ର ଏହି କୋଠା ଘରେ ଆଗରୁ ଅନେକ ଘଟଣା ଘଟି ଯାଇଥିବା ବେଳେ ଏବେ ପୁଣି ନିଶା କାରବାର ଓ ଅନୈତିକ କାରବାର ଚାଲିଥିବା ଦେଖିବାକୁ ମିଳିଛି । ଏହି କୋଠା ଘରକୁ ଲାଗିକି ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବିଦ୍ୟାଳୟର ହଷ୍ଟେଲ ପରିସର ଏବେ ଅସୁରକ୍ଷିତ । ଏଥିପ୍ରତି କାହାରି ନିଘା ନାହିଁ, ପୁଲିସ ପାଖରେ ଖବର ଥିଲେ ମଧ୍ୟ ଏହି ସ୍ଥାନରେ କୌଣସି ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଉ ନାହିଁ। ଜାହାପାଇଁ ଆଗକୁ ସ୍କୁଲ ଖୋଲିଲେ ଛାତ୍ରୀ ମାନଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଛି । ସମୟ ଥାଉ ଥାଉ ଏହା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଆଜି ବିଧାୟକ ଏହି ସ୍କୁଲର ଉନ୍ନତିକରଣ ପାଇଁ ପାଣ୍ଠି ଘୋଷଣା କରିଥିବା ବେଳେ ସ୍କୁଲର ଚତୁପାର୍ଶ୍ଵର ସୁରକ୍ଷା ପ୍ରତି ସ୍କୁଲର କତ୍ତୃପକ୍ଷ ଧ୍ୟାନ ଦେବା ଆବଶ୍ୟକ । ବିଦ୍ୟାଳୟ ଓ ବିଦ୍ୟାଳୟରେ ପଡୁଥିବା ଛାତ୍ରୀଙ୍କ ପାଇଁ ଏହା ନିହାତି ଜରୁରୀ ।

Leave a Reply

Your email address will not be published. Required fields are marked *