ଆଇଆଇଟିରେ ହେବ ଦଶମ ଦୀକ୍ଷାନ୍ତ ସମାରୋହ

ଜଟଣୀ : ୧୯/୧୦- ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥ ଆଇଆଇଟି ଭୁବନେଶ୍ୱର ପରିସରରେ ବୁଧବାର ଚଳିତବର୍ଷ ଅନୁଷ୍ଠିତ ହେବ ଦଶମ ଦୀକ୍ଷାନ୍ତ ସମାରୋହ । ଏହି ସମାରୋହରେ ୫୫୯ ଜଣ ଡିଗ୍ରୀ ଧାରୀଙ୍କ ମଧ୍ୟରୁ ୩୫ ଜଣ ପିଏଚଡ଼ି, ୧୫୩ ଜଣ ଏମ୍ ଟେକ୍, ୭୯ ଜଣ ଏମଏସସି, ୨୫୬ଜଣ ବିଟେକ୍ ଏବଂ ୩୬ ଜଣ ଡୁଆଲ ଡିଗ୍ରୀ ଧାରୀ ଛାତ୍ରଛାତ୍ରୀ ଅଛନ୍ତି । ଏତଦବ୍ୟତୀତ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଗୋଲ୍ଡ ମେଡ଼ାଲ, ଡାଇରେକ୍ଟର ଅଫ ଗୋଲ୍ଡ ମେଡ଼ାଲ, ଇନଷ୍ଟିଚ୍ୟୁଟ ଅଫ ସିଲଭର ମେଡାଲ ଆଦି ପ୍ରଦାନ କରାଯିବ । ଭର୍ଚୁଆଲ ମୋଡ଼ରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଇନଫୋସିସ ର ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣ ମୂର୍ତ୍ତୀ ଓ ସମ୍ମାନିତ ଅତିଥି ଭାବେ ଆଇଆଇଟି ବୋର୍ଡ଼ ଅଫ୍ ଗଭର୍ଣ୍ଣର୍ ର ଅଧ୍ୟକ୍ଷ ଡ ରାଜେନ୍ଦ୍ର ପ୍ରସାଦ ସିଂ ଯୋଗ ଦେବେ ବୋଲି ଆଇଆଇଟି ର ନିର୍ଦ୍ଦେଶକ ରତ୍ନମ ଭି ରାଜ କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଇଆଇଟି ର ରେଜିଷ୍ଟର ଦେବରାଜ ରଥ ଏବଂ ଏକାଡେମିକ୍ ଡିନ୍ ଡ ପ୍ରଭାସ ରଞ୍ଜନ ସାହୁ ଏହି ସମ୍ମିଳନୀ ଉପସ୍ଥିତ ଥିଲେ ।
ରିପୋର୍ଟ- ଶୁଭେନ୍ଦ୍ର ଶତପଥୀ।