କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୬ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ଅଗ୍ରଣୀ ସାହିତ୍ୟ ସଂଗଠନ ‘ତିହିଡି ସାହିତ୍ୟ ସାଂସ୍କୃତିକ ମଞ୍ଚ’ ପକ୍ଷରୁ ତିହିଡି ସୈନିକ ସ୍କୁଲ ପରିସରରେ ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୬ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ । କବି କୃପାସିନ୍ଧୁ ମହାନ୍ତିଙ୍କ ସଂଚାଳନରେ ଅନୁଷ୍ଠିତ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ତ୍ୟାଗଭୂମି ସଭାପତି ଅଜୟ ନାୟକ ଯୋଗଦେଇ କେବଳ ବନ୍ଦେ ଉତ୍କଳ ଜନନୀ ନୁହେଁ, ବଂଗଳାରେ ରବୀନ୍ଦ୍ର ସଂଗୀତ ପରି ଓଡିଶାରେ କାନ୍ତସଂଗୀତ ସର୍ବତ୍ର ଗାନହେବା ଉଚିତ ବୋଲି କହିଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗଦେଇ କାନ୍ତକବିଙ୍କ ସାରସ୍ବତ ସମ୍ପଦର ବହୁବିଧ ଦିଗ ଉପରେ ଆଲୋଚନା କରିଥିଲେ। ମଞ୍ଚର ଉପଦେଷ୍ଟା ଡକ୍ଟର ବିଶ୍ବରଂଜନ ଦାସ କାନ୍ତକବିଙ୍କ କବିତାରେ ବୈଷ୍ଣବ ଚେତନା ଉପରେ ଆଲୋକପାତ କରିଥିଲେ। ଯୁବକବି ନିରଞ୍ଜନ ବାରିକ୍ ମଞ୍ଚଆହ୍ୱାନ କରିଥିବା ବେଳେ ଆଇନଜୀବୀ ନୀଳମାଧବ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଗାଳ୍ପିକ କୈଳାସ ବେହେରା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଯୁବକବି ମନୋଜ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୪୦ ଜଣ କବି କାନ୍ତକବିଙ୍କ ଜୀବନ ଦର୍ଶନ ସହ ଜଡିତ କବିତା ପାଠ କରିଥିଲେ। ସଦସ୍ୟ ତପନ ହାତୀ, ସୁବ୍ରତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଯୋଜକ, କବି ବିସ୍ମୟ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ,