ଅଷ୍ଟାଦଶ ବାର୍ଷିକ ଉତ୍ସବ ଚରମ୍ପା ଶିଶୁବିଦ୍ୟାମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି

ଆଜି ଭଦ୍ରକ ସ୍ଥିତ ଚରମ୍ପା ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ୧୮ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ଉକ୍ତ ଉତ୍ସବ ରେ ସଭାପତିତ୍ବ କରିଥିଲେ କୌଳାସ ଚନ୍ଦ୍ର ପଣ୍ଡୁଆ ସଭା ପରିଚାଳିତ କରାଯାଇଥିଲା, ମୁଖ୍ଯ ଅତିଥି ଭାବେ ଭଦ୍ରକ ର ସମାଜ ସେବୀ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ଯ, ଅମୃତ ଦର୍ଶନ ଯୋଗଦାନ କରିଥିଲେ ଆଜିର ସମାଜ ମାତୃ ମାନଙ୍କର ସଂସ୍କାର ଦ୍ବାରା ପରିବର୍ତନ ହୋଇ ପାରିବ ବୋଲି ମତାମତ ରଖିଥିଲେ ମୁଖ୍ଯ ବକ୍ତା ଭାବରେ ଶ୍ରୀଯୁକ୍ତ ନିର୍ମଳ ଷଡ଼ଙ୍ଗୀ, ସ୍ବଦେଶୀ ଜାଗରଣ ମଞ୍ଚ ପୂର୍ବ ପ୍ରାନ୍ତ ସହ ସଂଯୋଜକ ଯୋଗ ଦେଇ ଭାରତର ସ୍ବ ସମ୍ବନ୍ଧରେ ମାର୍ଗ ଦର୍ଶନ କରାଇଥିଲେ ସଂପାଦକ ଶ୍ରୀଯୁକ୍ତ ଅଶୋକ କୁମାର ବିଶ୍ବାଳ ପରିଚୟ ଓ ସ୍ବାଗତ ଭାଷଣ ରଖିଥିଲେ ପ୍ରଧାନ ଆଚାର୍ଯ୍ଯ ପ୍ରଣୟ କୁମାର ପଢିଆରୀ ବାର୍ଷିକ ବିବରଣୀ ପାଠ କରିଥିଲେ, ଆଚାର୍ଯ୍ଯ ରମେଶ କୁମାର ଦାସ, ଧନ୍ୟବାଦ ଅର୍ପଣ କରିଥିଲେ ମୁଖ୍ଯ ଅତିଥି ମାନଙ୍କ ଦ୍ବାରା ଶିଶୁ ଭାଈ ଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ପରିଚାଳନା ସମିତିର ସହ ସଂପାଦକ ଅଜୟ କୁମାର ମିଶ୍ର କୋଷାଧ୍ୟକ୍ଷ ଅରୁଣ କୁମାର ମଜମୁଦାର କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରାଇଥିଲେ ପୂଣ୍ଣ ଚନ୍ଦ୍ର ସେଠୀ ବାର୍ଷିକ ଉତ୍ସବ ସଫଳ ହେବାରେ ସହାୟକ ହୋଇଥିଲେ, ଶେଷ ରେ ଅଶୋକ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ,ତାପରେ ଛୋଟ ବଡ ଭାଈ ଭଉଣୀ ମାନଙ୍କ ର ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା