ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ୨୩ ତମ କାରଗିଲ୍ ବିଜୟ ଦିବସ ପାଳନ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଉପକଣ୍ଠରେ ଥିବା କାରଗିଲ୍ ଶହୀଦ ସ୍ମୃତି ପୀଠ ପରିସରରେ କାରଗିଲ୍ ରେ ଦେଶ ରକ୍ଷା ପାଇଁ ହୋଇଥିବା ଭାରତ ଓ ପାକିସ୍ତାନ ଲଢେଇରେ ଭାରତୀୟ ସେନା କେତେକ ଜୀବନ ଦେଇଥିବା ବେଳେ ଭାରତରେ ବିଜୟ ଧ୍ବଜା ଉଡାଇଥିଲେ । ସେହି ବିଜୟ ଦିବସର ଆଜି ୨୩ ବର୍ଷ ପୁର୍ତ୍ତି ଅବସରରେ ଅବସରପ୍ରାପ୍ତ ସେବା ନିବୃତ୍ତ ସେନା କର୍ମଚାରୀ ସଂଘ ପକ୍ଷରୁ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ଦାଶଙ୍କ ତତ୍ବାବଧାନରେ ବିଜୟ ଦିବସ ପାଳନ କରାଯାଇଛି। ସର୍ବପ୍ରଥମେ ବଳିଦାନ ଦେଇଥିବା ଓଡିଶାର ଶହୀଦ ବୀର ମାନଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିଥିବା ବେଳେ ଜାତୀୟ ସଙ୍ଗୀତ ଗାନ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅତିଥି ଭାବେ ଗଙ୍ଗାଧର ବିଷୋୟୀ ଏବଂ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଅଂଶଗ୍ରହଣ କରିଥିବା ବେଳେ ସମ୍ପାଦକ ବିପ୍ରଚରଣ ପାଣିଗ୍ରାହୀଙ୍କ ସଂଯୋଜନାରେ ପ୍ରମୋଦ କୁମାର ପଟ୍ଟନାୟକ,ଗଙ୍ଗାଧର ନନ୍ଦ,ରାଧାଶ୍ୟାମ ପଣ୍ଡା,ଚରଣ ପ୍ରଧାନ,ଦୁଃଖିଶ୍ଯାମ ଜେନା,ବିଜୟ କୁମାର ମହାନ୍ତି,କାଶୀନାଥ ବେହରା ଏବଂ ଅର୍ଜୁନ ପାତ୍ର ପ୍ରମୁଖ ପଚାଶରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ତା’ସହ ବୁଗୁଡ଼ା ସହରର ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ସମ୍ପାଦକ ତ୍ରିଲୋଚନ ପଣ୍ଡା ମଧ୍ଯ ସେଠାରେ ଉପସ୍ଥିତ ରହି ସ୍ମୃତିସ୍ତମ୍ଭକୁ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା, ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *