୩୧ତମ ଅନଲାଇନ ନେତ୍ରୋତ୍ସବ ସାନ୍ସକୃତିକ ମହୋତ୍ସବ ୨୦୨୧ ଉଦଘାଟିତ
![](https://teerthkhetra.com/wp-content/uploads/2021/07/WhatsApp-Image-2021-07-12-at-11.54.16-AM-1024x461.jpeg)
ପୁରୀ ତା୧୦.୦୭.୨୦୨୧ରିଖ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ର ପବିତ୍ର ନେତ୍ରୋତ୍ସବ ତଥା ନବଜଉବନ ଶୁଭ ଅବସରରେ, ଶ୍ରୀକ୍ଷେତ୍ର ତଥା ଓଡ଼ିଶା ର ସ୍ୱନାମଧନ୍ୟ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗବେଷଣା କେନ୍ଦ୍ର- ଶ୍ରୀ ଜଗନ୍ନାଥ ସଙ୍ଗୀତ କଳା ମହାବିଦ୍ୟାଳୟ ପୁରୀ ଆନୁକୁଲ୍ୟରେ, ବିଗତ ବର୍ଷ ପରି ଚଳିତବର୍ଷ ,୩୧ତମ ନେତ୍ରୋତ୍ସବ ସାନ୍ସକୃତିକ ମହୋତ୍ସବ ୨୦୨୧ ଅନଲାଇନ ମାଧ୍ୟମ ରେ ଉଦଘାଟିତ ହୋଇଯାଇଛି,ଏହି ଉତ୍ସବ କୁ ଅନଲାଇନ ମାଧ୍ୟମ ରେ, ପ୍ରାରମ୍ଭରେ, ଶ୍ରୀକ୍ଷେତ୍ରର ରାଜରାଜେଶ୍ଵରୀ, ଶ୍ରୀମନ୍ଦିର ମାବିମଳାଙ୍କର ପିଠ ଦେବୀ,ମାକାକୁଡିଖାଈ ମନ୍ଦିର ର, ସମ୍ପାଦକ, ସମାଜସେବୀ ତଥା ସମ୍ପୃକ୍ତ ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା- ଶ୍ରୀଯୁକ୍ତ ଶ୍ରକଣ୍ଠ ମିଶ୍ର ଆନୁଷ୍ଠାନିକ ଭାବେ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବାପରେ ପରେ, କଣ୍ଠଶିଳ୍ପୀ ଗୁରୁ ଶତ୍ରୁଘ୍ନ ନାୟକ,ମାନସ ଦାଶ୍,ସୁଚିସ୍ମିତା ପ୍ରଧାନ,ଦିପା ସାହୁ ଓ କଣ୍ଠଶିଳ୍ପୀ ନିର୍ମଳ ଚନ୍ଦ୍ର ନନ୍ଦ ପ୍ରମୁଖ ସୁମଧୁର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ, ବାଦ୍ୟଯନ୍ତ୍ର ରେ ସର୍ବଶ୍ରୀ ବୃନ୍ଦାବନ ସାହୁ,ବିକ୍ରମ ଦାସ୍, କୃପାସିନ୍ଧୁ ନାୟକ ଓ ଇଉଞ୍ଜନ୍ ମହାପାତ୍ର ପ୍ରମୁଖ ଶିଳ୍ପୀ ବୃନ୍ଦ ସହଯୋଗ କରିଥିଲେ,ବିଶେଷ୍ ଭାବେ,ଅନୁଷ୍ଠାନ ତରଫରୁ ଉଦଘାଟକ ତଥା ସମାଜସେବୀ ଶ୍ରୀଯୁକ୍ତ ଶ୍ରୀକଣ୍ଠମିଶ୍ରଙ୍କୁ , ଅନୁଷ୍ଠାନ ର ପ୍ରତିଷ୍ଠାତା ସମ୍ପାଦକ ତଥା କଣ୍ଠଶିଳ୍ପୀ ଗୁରୁ ଶ୍ରୀ ଶତ୍ରୁଘ୍ନ ନାୟକ,ଉତ୍ତରୀୟ ପ୍ରଦାନ ସହିତ ପୂଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ, ଶେଷରେ ମୂଖ୍ୟ ଅତିଥି ସମସ୍ତ କଳାକାର ମାନଙ୍କୁ ଉତ୍ତରୀୟ ଓ ପୂଷ୍ପଗୁଛ ସହିତ ସମ୍ମାନିତ କରିଥିଲେ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି।