୫ମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟିତ
![](https://teerthkhetra.com/wp-content/uploads/2021/07/IMG-20210715-WA0058-1024x473.jpg)
ନୟାଗଡ଼,୧୫/୭:- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -୨୦୨୧ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ନୟାଗଡ଼ ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରାଯାଇଥିଲା । ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜ ସେବି ଦାମୋଦର ସାହୁ, ସମାଜସେବୀ ଭାଗିରଥି ବାଇ ଭାଗିରଥି ସାହୁ, ସ୍ବେଛାସେବୀ ପରମେଶ୍ୱର ସାହୁ, ନରେନ୍ଦ୍ର ବେହେରା, ଶିବଶଙ୍କର ମହାନ୍ତି,ଜ୍ୟୋତିରଞ୍ଜନ ମହାପାତ୍ର, ଆଲୋକ ବରାଡ଼, ସୋମେଶ ପଟନାୟକ ପ୍ରମୁଖ ସାମିଲ ହୋଇଥିଲେ । ଦେଶର ଯୁବ ପିଢିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଓ ଅସହାୟଙ୍କୁ ସହାୟତାରେ ହାତ ବଢାଇବା ପାଇଁ ଗତ ଚାରି ବର୍ଷ ଧରି ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ଚଳିତ ବର୍ଷ ମାସ୍କ ଓ ସାନିଟାଇଜର ବଣ୍ଟନ,ବସ୍ତ୍ରଦାନ, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ, ଅଙ୍ଗଦାନ ଶିବିର ଓ ଗରିବ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ ଓ ଅନ୍ତିମ ଦିନ ଭରଚୁଆଲ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜିଠାରୁ ନୟାଗଡ଼ ବ୍ଲକରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜିଲ୍ଲା ସମସ୍ଥ ବ୍ଲକରେ ଆସନ୍ତା ୨୫ ତାରିଖ ଯାଏ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସେବା ସମିତି ପକ୍ଷରୁ ସୂଚନା ଦିଆଯାଇଛି ।