ଲକଙ୍କ ଦୁଃଖ ଶୁଣିଲାନି ପ୍ରଶାସନ,ନିଜ ଚେଷ୍ଟାରେ ରାସ୍ତା ତିଆରି କଲେ ଗ୍ରାମବାସୀ ।

କନ୍ଧମାଳ ୨୮/୦୬/୨୦୨୫ କୋଟ ଗଡ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଉପରେ ଭରସା କରି ବର୍ଷ ବର୍ଷ ଧରି ଅପେକ୍ଷାରେ ରହିବା ପରେ ଶେଷରେ ନିଜ ଗ୍ରାମ ପାଇଁ ନିଜେ ରାସ୍ତା ନିର୍ମାଣ କରିବାକୁ ବାଧ୍ୟ ହୋଇଛନ୍ତି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ ବ୍ଲକର ଶେଷ ସୀମାନ୍ତ ରେଖାରେ ଗଠିତ ଶ୍ରୀରାମପୁର ପଞ୍ଚାୟତରେ। ଉକ୍ତ ପଞ୍ଚାୟତର ପାଦେର ମାହା, କାଣ୍ଡା ଗୁଡ଼ି, ମହୁଲ ଭଜା ଆଦି ତିନଟି ଗାଁ କୁ ରାସ୍ତା ନାହିଁ । ୫୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ଜଙ୍ଗଲ ଏବଂ ପାହାଡିଆ, ପଥୁରିଆ ରାସ୍ତା ରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଏହି ତିନଟି ଗ୍ରାମକୁ ଯିବାକୁ ହେଲେ ୩ ରୁ ୪ପାହାଡ଼ ଅତିକ୍ରମ କରି ଯିବାକୁ ପଡୁଛି।ଏହି ଗ୍ରାମଠାରୁ ଶ୍ରୀରାମପୁର ପଞ୍ଚାୟତ ଦୂରତା ୯ କଲୋମିଟର ବୋଲି ଗ୍ରାମର ଅଧିବାସୀ ସୁଶୀଳ ମୁଠାମାଝି, ବିଚିଙ୍ଗା ଧାରା ମାଝୀ, ଲିଙ୍ଗରାଜ ରୁପମାଝି, ସୁକାନ୍ତ ବେହେରା ମାଝୀ, ଯତୀନ ମଲିକ, ନିବେଦନ ମୁଠାମାଝି, ରିକାର୍ଧ୍ଵ ମଲିକ, ସଂଜୀବ ମଲିକ, ଶ୍ୟାମ ମୁଠାମାଝି, ପାଣ୍ଡବ ମଲିକ, ତରୁଣ ବେହେରା ମାଝୀ, ପ୍ରକାଶ କରିଛନ୍ତି। ଗ୍ରାମରେ ମାସ ମାସ ଧରି ବିଦୂତ ରହୁନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଡିବିରୀ ଜାଳି ଦିନ କାଟୁଛନ୍ତି। ରାସ୍ତା ନଥିବାରୁ ଖଟିଆରେ ଗର୍ଭବତୀ ଙ୍କୁ ବୁହି ବୁହି ଡାକ୍ତର ଖାନାକୁ ନେଇଥାନ୍ତି।ରାସ୍ତା ଘାଟ ପାଇଁ ବାରମ୍ବାର ଦାବି ପରେ ମଧ୍ୟ ଦୀର୍ଘ ବର୍ଷ ତଳେ ପ୍ରଶାସନ ପକ୍ଷରୁ ମାଟି ମୁଠେ ପକାଇଥିଲେ। ବର୍ଷା ଦିନ ଆସିଲେ ଅଞ୍ଚଳ ବାସିଙ୍କ ଯାତାୟତ ପାଇଁ ଚିନ୍ତା ବଡିଯାଇଛି।ଶେଷରେ ସବୁ ସ୍ତରରୁ ନିରାଶ ହୋଇ ୩ ଗୋଟି ଗ୍ରାମର ସମସ୍ତ ମହିଳା ଓ ପୁରୁଷ ରାସ୍ତା କାମରେ ଲାଗିଛନ୍ତି।