ଜଣାଶୁଣା ସଙ୍କିର୍ତ୍ତକ ମଧୁସୂଦନ ଦାଶଙ୍କ ପରଲୋକ।

ଭଦ୍ରକ, ୨୨/୭ – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ପର୍ବତୀ ଗ୍ରାମର ଜଣାଶୁଣା ସଙ୍କିର୍ତ୍ତନବିତ୍ ମଧୁସୂଦନ ଦାଶଙ୍କର ଗତକାଲି ଟାଟା କୋଭିଡ ହସପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା । ତାଙ୍କର ମର ଶରୀରକୁ କୋଭିଡ କଟକଣା ମଧ୍ୟରେ ଦଶ୍ୱାଶମେଧ ବାରୁଣୀପଡିଆ ଶ୍ମଶାନରେ ସଂସ୍କାର କରାଯାଇଥିଲା । ସାନପୁଅ ସୁଶାନ୍ତ ମୁଖାଗ୍ନି ଦେଇଥିଲେ । ସମାଜସେବୀ ରାମଚନ୍ଦ୍ର ପରିଡା, ଜଗବନ୍ଧୁ ସେନାପତି, ଦୁର୍ଗାପ୍ରସାଦ ମହାନ୍ତି, ଜଗନ୍ନାଥ ସାମଲ, ଜଳଧର ଖୁଣ୍ଟିଆ, ଦେବାଶିଷ ମହାନ୍ତି, ମହେନ୍ଦ୍ର ଦାସ, ନାଟ୍ୟକାର ବ୍ରଜକିଶୋର ମହାନ୍ତିି, ସଙ୍କିର୍ତ୍ତନ ସାଥି ଆନନ୍ଦ ଚନ୍ଦ୍ର ମଲ୍ଲିକ, ବିନୋଦ ବିହାରୀ ମଲ୍ଲିକ, ଅକ୍ଷୟ ମଲ୍ଲିକ, ଦୁଶ୍ମନ୍ତ ଖୁଣ୍ଟିଆ, ପଞ୍ଚାନନ ମୁଦୁଲି, ପ୍ରହ୍ଲାଦ ବିଶ୍ୱାଳ, ସମାଜସେବୀ କନକଲତା ପରିଡା, ଛବିରାଣୀ ମହାନ୍ତି, ନୟନାସୁନ୍ଦରୀ ଦାସ, ପରିବାର ସଦସ୍ୟମାନେ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସ୍ୱର୍ଗତ ଦାଶ କ୍ରମାଗତ ଭାବେ ତିନିଥର ୱାର୍ଡ ସଦସ୍ୟ ନିର୍ବାଚିତ ହୋଇ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା, ରାସ୍ତା, ନିର୍ମାଣ କୂପଖନନ ଆଦି ବହୁ ଜନହିତକର କାର୍ଯ୍ୟ କରିଥିଲେ । ପ୍ରତିଭାସମ୍ପନ୍ନ ନାମସଙ୍କିର୍ତ୍ତକ ଭାବେ ତାଙ୍କର ସୁନାମ ଥିଲା । ଇଶ୍ୱର ବିଶ୍ୱାସୀ କଣ୍ଠଶିଳ୍ପୀ ଓ ମୃଦଙ୍ଗ ବାୟକ ଭାବେ ଭଦ୍ରକ ଓ ପଡୋଶୀ ଜିଲ୍ଲାରେ ସୁପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ସମେତ ବହୁ ସକିର୍ତ୍ତନ ମଣ୍ଡଳୀ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।