ଭବ୍ୟ ନାରୀଶକ୍ତି ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଧୂମଧାମ ର ସହିତ ପାଳନ କରାଯାଇଛି

lଆଜି ପୁରୀ ସଂସ୍କୃତି ଭବନ ଠାରେ ଭବ୍ୟ ନାରୀଶକ୍ତି ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଧୂମଧାମ ର ସହିତ ପାଳନ କରାଯାଇଛି l ଫାଉଣ୍ଡେସନ ର ସଭାନେତ୍ରୀ ଅରୁଣିମା ନନ୍ଦଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଜ୍ୟ ବିଜୁ ଯୁବ ଜନତା ଦଳର ଉପସଭାପତି ସୁବାଶିଷ ଖୁଣ୍ଟିଆ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ,ସମାଜସେବୀ ସ୍ମିତାଞ୍ଜଳି ପତି ଯୋଗଦେଇ ଭବ୍ୟ ନାରୀଶକ୍ତିଫାଉଣ୍ଡେସନ ର ନାରୀର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିବା ସହିତ ଏହାର ସୁନେଲି ଭବିଷ୍ୟତ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ କଲ୍ୟାଣୀ ସାହୁ, ମିନତୀ ମିଶ୍ର,ସୁପ୍ରିତି ପଟ୍ଟନାୟକ, କାଞ୍ଚନ ଶୁକ୍ଲା,ମଧୁସ୍ମିତା ନାଥ,ଜାନକୀ ଦେ ପ୍ରମିଳା ସାହୁ, ମିନତୀ ପଟ୍ଟନାୟକ ଓ ମନ୍ଦାକିନୀ ଆଚାର୍ଯ୍ୟ ପ୍ରମୁଖ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l ଅନୁଷ୍ଠାନ ରୁ ପୂର୍ବରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ରେ ଉତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମ୍ପାଦିକା କଳ୍ପନା ମୁଦୁଲି ବାର୍ଷିକ ବିବରଣୀ ପାଠ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ