ବର୍ଷର ଦୁଇ ଦିନିଆଁ ବାର୍ଷିକ କ୍ରୀଡା ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳପଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୦୨୪-୨୫ ଶିକ୍ଷା ବର୍ଷର ଦୁଇଦିନିଆ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଡିସେମ୍ବର ୧୬ ଓ ୧୭ ତାରିଖରେ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି lବିଦ୍ୟାଳୟର ଅଧ୍ୟକ୍ଷ ସୌମ୍ୟରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଅଗ୍ନିଶମ ଅଧିକାରୀ ରାଧୁଚରଣ ମଲ୍ଲିକ, ବ୍ୟାସନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷ‌କ ଶ୍ରୀଯୁକ୍ତ ବାବାଜୀ ଚରଣ ସାହୁ ଏବଂ ସ୍ଥାନୀୟ ବୁଲୁ ପଟ୍ଟନାୟକ ଆଦି ଯୋଗଦେଇ ଏହାର ଶୁଭାରମ୍ଭ କରିଥଲେ l ଏହି ଅବସରରେ ମସାଲରେ ଅଗ୍ନି ସଂଯୋଗ କରି ଏକ ଶୋଭାଯାତ୍ରା ବାହାରି ବିଦ୍ୟାଳୟ ନିକଟସ୍ଥ ଜଗନ୍ନାଥ ମନ୍ଦିରରୁ ବିଦ୍ୟାଳୟ ସ୍ଥିତ ଖେଳ ପଡିଆକୁ ମସାଲ୍ ଅଣାଯାଇଥିଲା l ଠିକ୍ ସେହିପରି କ୍ରୀଡ଼ାର ଶେଷ ଦିନରେ କ୍ରୀଡ଼ାବିତ୍ ମାନଙ୍କୁ ପ୍ରେରଣା ଦେବାପାଇଁ ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଧର ମହାରଣା , ସହକାରୀ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ହେମେନ୍ଦ୍ର ନାଥ ମହାନ୍ତି ଓ କ୍ରୀଡାବିତ ବୁଲୁ ପଟ୍ଟନାୟକ ଆଦି ଉପସ୍ଥିତ ଥିଲେ l ଏହି ଅବସରରେ ଅତିଥିମାନେ କ୍ରୀଡ଼ାର ଉପାଦେୟତା ସମ୍ବନ୍ଧରେ ବାର୍ତ୍ତା ଦେବା ସହ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ମେଡାଲ ପ୍ରଦାନ କରିଥିଲେ l କ୍ରୀଡ଼ା ଶିକ୍ଷ‌ୟିତ୍ରୀ ସାଗରିକା ଜେନା ଖେଳକୁ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ସଲୋନୀ ସମାପିକା ମଞ୍ଚ ପରିଚାଳନା କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ କ୍ରୀଡ଼ା ଉତ୍ସବଟି ସାଫଲ୍ୟ ହୋଇଥିଲା l

Leave a Reply

Your email address will not be published. Required fields are marked *