କନ୍ଧମାଳ ରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ଉପରେ କରିବେ ସମୀକ୍ଷା।

ଫୁଲବାଣୀ:-୨୯/୦୫ ଆଜି ଓଡିଶା ବିଧାନସଭାର ବିଭାଗ ସମ୍ବନ୍ଧିତ ପଞ୍ଚମ ସ୍ଥାୟୀ କମିଟି, ୨୦୨୫-୨୬ ମାନ୍ୟବର ବିଧାୟକ ଶ୍ରୀ ବିଭୁତି ଭୁଷଣ ପ୍ରଧାନଙ୍କ ନେତୃତ୍ୱରେ ତିନି ଦିନିଆ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନରେ ଆସିଛନ୍ତି। ଏହି କ୍ରମରେ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଖଜୁରୀପଡ଼ା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଦୁତିପଡ଼ା ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଫୁଲବାଣୀ ପରିଦର୍ଶନ କରି ଚିକିତ୍ସାଳୟ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଫିରିଙ୍ଗିଆ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ନୁଆଗାଁ ପରିଦର୍ଶନ କରି ଦାରିଙ୍ଗବାଡି ଯିବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ମାନ୍ୟବର ବିଧାୟକା ଶ୍ରୀମତୀ ସୀମା ରାଣୀ ନାୟକ, ମାନ୍ୟବର ବିଧାୟକ ଶ୍ରୀ ପ୍ରସାନ୍ତ ବେହେରା, ମାନ୍ୟବର ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ, ମାନ୍ୟବର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ମାନ୍ୟବର ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ,ମାନ୍ୟବର ବିଧାୟକ ଡ଼ଃ ଫକିର ମୋହନ ନାଏକ, ମାନ୍ୟବର ବିଧାୟକ ଶ୍ରୀ ଗୋୖତମ ବୁଦ୍ଧ ଦାସ, ମାନ୍ୟବର ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ ଶ୍ରୀ ସତ୍ୟଜିତ ଗୋମାଙ୍ଗଙ୍କ ସମେତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅମ୍ରିତ୍ ଋତୁରାଜ୍, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ କୁଶଳ ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଉପ ଜିଲ୍ଲାପାଳ, ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ବିଭିନ୍ନ ବିଭାଗର ଅଧିକାରୀ, ସରକାରୀ କର୍ମଚାରୀ ଆଦି ଉପସ୍ଥିତ ଥିଲେ।