ଜନଶିକ୍ଷଣ ସଂସ୍ଥାନ ଭଦ୍ରକ ଶାଖା ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ।

ଭଦ୍ରକ, ୨୨/୭ – ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣଳୟ ଦ୍ୱାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ ଭଦ୍ରକ ଶାଖା ପକ୍ଷରୁ ସ୍ୱାଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶିକା ଆରତୀ ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ରବିନାରାୟଣ ଜେନା, ମୁଖ୍ୟବକ୍ତା, ଦୟାନିଧି ରାଉତ ବକ୍ତା ଭାବେ ଯୋଗଦେଇ କୋଭିଡ ସଚେତନତା, ବ୍ୟକ୍ତିଗତ ଓ ସାମୁହିକ ସ୍ୱଚ୍ଛତା ଓ ପରିଚ୍ଛନ୍ନତା ଆଦି ବିଷୟରେ ଆଲୋକପାତ କରିଥିଲେ । ପବନ କୁମାର ନାୟକ ସ୍ୱାଗତ ଭାଷଣ ଓ ସ୍ମୃତିରଞ୍ଜନ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଗଜେନ୍ଦ୍ର ସାହୁ, ପ୍ରଶାନ୍ତ ଘଡେଇ ପ୍ରମୁଖ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ ଧାମନଗର, ବାସୁଦେବପୁର, ବନ୍ତ ଓ ଭଦ୍ରକ ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ହୋଇ ଜନସଚେତନତା ସୃଷ୍ଟି କରାଯିବ ବୋଲି ସୂଚନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *