ବିଜେଡି ସରକାରଙ୍କ 5T ବ୍ୟବସ୍ଥାର ଅସଲ ମୁଖା ଖୋଲିଛି ଭଦ୍ରକ ଜିଲ୍ଲା ଚିକିତ୍ସାଳୟ। ଜିଲ୍ଲା ପ୍ରଶାସନ ଧ୍ୟାନ ଦେବେ କି ?

ଭଦ୍ରକ ୨୨/୭: ଟିକେଟ କାଉଣ୍ଟରରେ ଥିବା କର୍ମଚାରୀ ଙ୍କ ମହିଳା ରୋଗୀଙ୍କ ସହ ଦୁର୍ବ୍ୟବହାର । ମୁହଁରେ ନା ଅଛି ମାସ୍କ ? ନା ଅଛି ଆଇ କାର୍ଡ ? ଆଇ କାର୍ଡ ପିନ୍ଧିବା କୁ କହିଲେ କହୁଛନ୍ତି କଣ କରିବ କର ପିନ୍ଧିବି ନାହିଁ । ଆଇ କାର୍ଡ ପିନ୍ଧିଲେ ମୋତେ ଅସୁବିଧା ହେଉଛି । କଣ ଅସୁବିଧା ହେଉଛି ଜିଲ୍ଲା ପ୍ରଶାସନ କହିବେ କି ?

କୋଭିଡ ସେଣ୍ଟର ବୋର୍ଡ ଗୋଟେ ସ୍ଥାନରେ ଲାଗିଛି । ରୋଗୀ ରହୁଛନ୍ତି ଆଉ ଏକ ସ୍ଥାନରେ । କୋଭିଡ ପେସେଣ୍ଟ ଭଲ ରୋଗୀଙ୍କୁ ମଧ୍ୟ କୋଭିଡ କରିଦେବେ କାରଣ ମେଡ଼ିକାଲ ସାରା ଖୋଜି ବୁଲୁଛନ୍ତି କୋଭିଡ ୱାର୍ଡ କେଉଁଠି ?

ମେଡ଼ିକାଲ ରେ ଗାଡି ପାର୍କିଂଗ ର ବ୍ୟବସ୍ତା ଏଭଳି ହେଉଛି ଯାହାର ମନ ଯେଉଁଠି ସିଏ ରଖି ଦେଉଛନ୍ତି ସେଇଠି । ରୋଗୀଙ୍କୁ ଯିବା ଆସିବା କରିବା ପାଇଁ ଅସୁବିଧା ହେଉଛି ।

ହେଲ୍ପ ଡେସ୍କର ସୁବିଧା ସୁଯୋଗ ଠିକ ଭାବରେ ପାଳନ ହେଉ ନାହିଁ ।

ଏକ ଅଜଣା ରୋଗୀ ଠିକ ଆଉଟ ଡୋର ସାମନାରେ ଥିବା ଖୋଲା ନାଳ ଖାଲ ରେ ପଡିଗଲେ । ଗୋଟେ ରୋଗ ଭଲ ହେବା ପାଇଁ ଆସିଥିଲେ । ଆଉ ଗୋଟେ ରୋଗ ନେଇ ଗଲେ । ତାଙ୍କ ଗୋଡ଼ ରେ ଗମ୍ଭୀର ଆଘାତ ଲାଗିଛି ।

ଏହିଭଳି ଆହୁରି ଅନେକ ସମସ୍ୟା ଅଛି ।

ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ,ମଣ୍ଡଳ ସଭାପତି ଉତ୍ତମ ପାତ୍ର,ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବର ଅଲି,ଯୁବନେତା ବୃଷଭାନୁ ସାହୁ,ଶଶାଙ୍କ ଶେଖର ଦାଶ, ଓଷା ପାଢ଼ୀ,ବିଷ୍ଣୁପ୍ରିୟା ଲେଙ୍କା,ସ୍ୱର୍ଣ୍ଣଲତା ମିଶ୍ର,ରାଜେଶ ରାୟ, ଏଲକେ ବାରିକ,ନାରାୟଣ ,ବିଜୟ ନାୟକ,ରଜନୀକାନ୍ତ ଦାସ,ଚନ୍ଦନ ଭୋଇ, ରାକେଶ ନାୟକ ।

Leave a Reply

Your email address will not be published. Required fields are marked *