ବାଇକ କାର ମୁହାଁ ମୁଁହି ଧକ୍କା, ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ନମ୍ବର ଜାତୀୟ ରାଜପଥ ପରଜଙ୍ଗ ହାତୀଲୋଚାଣୀ ଛକ ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା, ବାଇକ ସହ ଏକ କାର ମୁହାଁ ମୁହିଁ ଧକ୍କା ହୋଇଥିଲା |ଫଳରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି |ମୃତ ବାଇକ ଆରୋହୀ ଜଣଙ୍କ ହେଉଛନ୍ତି ତାଳଚେର ଥାନା କୁକୁଡୁଲା ଗ୍ରାମର ସୁବ୍ରତ ପ୍ରଧାନ |ସୂଚନା ମୁତାବକ ଗତ କାଲି କନ୍ତୁର ଗ୍ରାମରୁ ଏକ ବାହାଘର ଭୋଜି ଖାଇ ତାଳଚେର ଅଭିମୁଖେ ଫେରୁଥିବା ବେଳେ, ସାମ୍ନାପଟୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା |ତେବେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ, ଘଟଣା ସ୍ଥଳରୁ ପୋଲିସ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛି |

Leave a Reply

Your email address will not be published. Required fields are marked *